ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବୀରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ

0
138
ସ୍ୱତନ୍ତ୍ର କୋଶଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୭/୯) : ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବୀରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ । ଆଜି ସାରା ପଶ୍ଚିମ ଓଡ଼ିଶାରେ କୋଶଳ ମହାବନ୍ଦ ପାଳନ କରାଯାଉଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।WhatsApp Image 2022 09 07 at 9.36.00 PM ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବୀରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ

ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବୀରେ ସକାଳ ୬ ଟାରୁ ସଂନ୍ଧ୍ୟା ୬ ଟା ୧୨ ଘଣ୍ଟିଆ କୋଶଳ ମହାବନ୍ଦ ପାଳନ କରାଯାଉଥିବା ବେଳେ ସାରା ସୁବର୍ଣ୍ଣପୁର ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଇଛି । କୋଶଳ ସେନା ଓ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ସକାଳୁ ସକାଳୁ ଏହି ସଙ୍ଗଠନ କାର୍ଯ୍ୟକର୍ତ୍ତା ମାନେ ସହରର ମୁଖ୍ୟ ଛକ ଗୁଡିକରେ ରାସ୍ତା ଅବରୋଧ କରି ବନ୍ଦ କରିଥିବା ବେଳେ ରାସ୍ତା ର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମଟର ଅଟକି ରହିଥିବା ଦେଖାଯାଇଛି ।

ସହରର ସବୁ ଦୋକାନ, ବଜାର, ବୈବସାୟୀକ ପ୍ରତିଷ୍ଠାନ ଆଦି ବନ୍ଦ ଥିବା ବେଳେ ସ୍କୁଲ, କଲେଜ ଆଦି ବନ୍ଦ ରହିଛି । ଏହି ବନ୍ଦରେ ସବୁ ସରକାରୀ, ବେସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ଜରୁରୀ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି । ପଶ୍ଚିମ ଓଡ଼ିଶାବାସୀ ସବୁ କ୍ଷେତ୍ରରେ ଅବହେଳିତ ରହିଥିବା ବେଳେ ରାଜନୈତକ, ଅର୍ଥନୈତିକ, ବେକାରୀ ସମସ୍ୟା ଆଦି ସୁବୁ କ୍ଷେତ୍ରରେ ରାଜ୍ୟ ସରକାର ଅଣଦେଖା କରୁଥିବା ଯୋଗୁଁ ଏଭଳି ବନ୍ଦ କରାଯାଇଛି ବୋଲି କାର୍ଯ୍ୟକର୍ତ୍ତାମାନେ ପ୍ରକାଶ କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବି ପ୍ରତି ଧ୍ୟାନ ଦେବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।