ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୭/୯) : ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବୀରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ । ଆଜି ସାରା ପଶ୍ଚିମ ଓଡ଼ିଶାରେ କୋଶଳ ମହାବନ୍ଦ ପାଳନ କରାଯାଉଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବୀରେ ସକାଳ ୬ ଟାରୁ ସଂନ୍ଧ୍ୟା ୬ ଟା ୧୨ ଘଣ୍ଟିଆ କୋଶଳ ମହାବନ୍ଦ ପାଳନ କରାଯାଉଥିବା ବେଳେ ସାରା ସୁବର୍ଣ୍ଣପୁର ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଇଛି । କୋଶଳ ସେନା ଓ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ସକାଳୁ ସକାଳୁ ଏହି ସଙ୍ଗଠନ କାର୍ଯ୍ୟକର୍ତ୍ତା ମାନେ ସହରର ମୁଖ୍ୟ ଛକ ଗୁଡିକରେ ରାସ୍ତା ଅବରୋଧ କରି ବନ୍ଦ କରିଥିବା ବେଳେ ରାସ୍ତା ର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମଟର ଅଟକି ରହିଥିବା ଦେଖାଯାଇଛି ।
ସହରର ସବୁ ଦୋକାନ, ବଜାର, ବୈବସାୟୀକ ପ୍ରତିଷ୍ଠାନ ଆଦି ବନ୍ଦ ଥିବା ବେଳେ ସ୍କୁଲ, କଲେଜ ଆଦି ବନ୍ଦ ରହିଛି । ଏହି ବନ୍ଦରେ ସବୁ ସରକାରୀ, ବେସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ଜରୁରୀ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି । ପଶ୍ଚିମ ଓଡ଼ିଶାବାସୀ ସବୁ କ୍ଷେତ୍ରରେ ଅବହେଳିତ ରହିଥିବା ବେଳେ ରାଜନୈତକ, ଅର୍ଥନୈତିକ, ବେକାରୀ ସମସ୍ୟା ଆଦି ସୁବୁ କ୍ଷେତ୍ରରେ ରାଜ୍ୟ ସରକାର ଅଣଦେଖା କରୁଥିବା ଯୋଗୁଁ ଏଭଳି ବନ୍ଦ କରାଯାଇଛି ବୋଲି କାର୍ଯ୍ୟକର୍ତ୍ତାମାନେ ପ୍ରକାଶ କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବି ପ୍ରତି ଧ୍ୟାନ ଦେବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।