ରାଇକିଆ ଅଂଚଳରେ ଗାଈ ଗୋରୁଙ୍କ ଯୋଗୁଁ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ଘଟୁଛି

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୨୩/୦୮): କନ୍ଧମାଳ ଜିଲ୍ଲା ରାଇକିଆର ମୁଖ୍ୟ ରାସ୍ତାରେ ଗାଡି ଯିବା ଆସିବା କରୁଥିବା ବେଳେ ରାସ୍ତାରେ ଗାଈଗୋରୁଙ୍କ ଦେଖିବାକୁ ମିଳୁଛି | ଯାହାଫଳରେ ଲୋକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

ଏଥି ସହିତ କଲେଜ ଛକ, ବେରେଡାକିଆ ଛକ ସହ ଅନେକ ଜାଗାରେ ଗାଈ ଗୁଡିକ ଗୋଠକରି ଶୋଇରହୁଛନ୍ତି | ଏପରି ଭାବରେ ଗାଡି ଯିବାଆସିବା କରିବା ବହୁତ କଷ୍ଟ ହେଉଛି ବୋଲି ଜନସାଧାରଣ ଅଭିଯୋଗ କରୁଛନ୍ତି | ଏପରି ସ୍ଥଳରେ ଅନେକ ଛୋଟ ଛୋଟ ଦୁର୍ଘଟଣା ମନ ମଧ୍ୟ ଘଟୁଥିବା ଲକ୍ଷ କରାଯାଉଛି | ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେଲେ ଭବିଷ୍ୟତରେ ଅନେକ ଜନସାଧାରଣ ଜୀବନ ବଂଚାଯାଇପାରିବ ବୋଲି ଲୋକେ ପ୍ରକାଶ କରୁଛନ୍ତି |

Comments are closed.