ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୨୩/୦୮): ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଜୟନ୍ତୀ ମହୋତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୁର୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ ଯୋଗ ଦେଇ ଭାରତୀୟ ସଂସ୍କୃତିରେ ଜନ୍ମାଷ୍ଟମୀର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ ।

ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିଶୁ ପ୍ରାରମ୍ଭ ଓ ଶିଶୁ ବୋଧ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ନିକଟସ୍ଥ ବାଦୀଵାହାଲ ଗ୍ରାମକୁ କୃଷ୍ଣ ଓ ଯଶୋଦା ବେଶରେ ଯାଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସେଠାରେ ଗ୍ରାମବାସୀଙ୍କ ଦ୍ବାରା ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମା ତଥା କର୍ମଚାରୀଙ୍କ ସହାୟତାରେ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପନ୍ନ ହୋଇଥିବା ବେଳେ ପରିଚାଳନା ସମିତି ଯୁଗ୍ମ ସମ୍ପାଦକ ବେଳାର ସାହୁ ଧନ୍ୟବାଦ ଦେଇଥିଲେ । ସେହିପରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଗଲପୁରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଲନ ହୋଇଯାଇଛି । ଉକ୍ତ ଉତ୍ସବରେ ପ୍ରଧାନ ଆଚାର୍ଯ୍ଯ ମାନନୀୟ ଅଶୋକ କୁମାର ଭୋଇ ଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ଯକ୍ରମ ଶୁଭାରମ୍ଭ କରିକରିଥିଲେ । ଶିଶୁମାନେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ଆସିଥିଲେ । ଟୁହିଲାମାଲ ଗ୍ରାମକୁ ଯାଇ ସେଠାରେ କୃଷ୍ଣଙ୍କ ଦ୍ବାରା ଦଧିହାଣ୍ଡି ଭଙ୍ଗାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକା ସହଯୋଗ କରିଥିଲେ ।

Comments are closed.