ସୁପର ଫୋର ରୋମାଞ୍ଚକର ମ୍ୟାଚରେ ଭାରତକୁ ହରାଇ ୬ ୱିକେଟରେ ଶ୍ରୀଲଙ୍କା ବିଜୟୀ

0
142
ସୁପର ଫୋର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଦୁବାଇ, (୦୭/୦୯) : ଏସିଆ କପ୍‌ ର ସୁପର ଫୋର ରୋମାଞ୍ଚକର ମ୍ୟାଚରେ ହାରିଲା ଭାରତ । ୬ ୱିକେଟରେ ଜିତିଛି ଶ୍ରୀଲଙ୍କା । ଭାରତ ପକ୍ଷରୁ ଦିଆଯାଇଥିବା ୧୭୪ ରନ୍ ଟାର୍ଗେଟକୁ ଗୋଟିଏ ବଲ୍ ବାକି ଥାଇ ହାସଲ କରିନେଇଛି ଶ୍ରୀଲଙ୍କା ଟିମ୍ ।

ଆଜି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୭୩ ରନ୍ କରିଥିଲା । ରୋହିତ ଶର୍ମା ୪୧ ବଲରୁ ଧୁଆଁଧାର ୭୨ ରନ୍ କରିଥିଲେ । ସେହିପରି ସୂର୍ଯ୍ୟକୁମାର ୨୯ ବଲରୁ ୩୪ ରନ୍ କରିଥିଲେ । ସୁପର୍-୪ ରେ ପ୍ରଥମ ମ୍ୟାଚ ପାକିସ୍ତାନ ଠାରୁ ହାରିଯିବା ପରେ ଭାରତ ପାଇଁ କର ବା ମର ସ୍ଥିତି ଥିଲା । ତେବେ ଏହି ମ୍ୟାଚରେ ଭାରତ ହାରିଯାଇଛି । ସୁପର ଫୋର ପର୍ଯ୍ୟାୟରେ ଭାରତ ପରବର୍ତ୍ତୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ।

ଭାରତ ଶ୍ରୀଲଙ୍କା ସମ୍ମୁଖରେ ୧୭୪ ରନ୍‌ ର ବିଜୟ ଲକ୍ଷ୍ୟ ଦେଇଥିଲା । ଶ୍ରୀଲଙ୍କା ତା’ର ଦୁଇ ଓପନର ପଥୁମ ନିସଙ୍କ (୫୨) ଓ କୁଶଲ ମେଣ୍ଡିସ (୫୭) ଙ୍କ ଅର୍ଦ୍ଧଶତକ ବଳରେ ଗୋଟିଏ ବଲ୍ ପୂର୍ବରୁ ବିଜୟୀ ହୋଇଥିଲା । ୧୯ ଓଭରରେ ଭୁବନେଶ୍ୱର କୁମାରଙ୍କ ଓଭର ଟିମ୍ ଇଣ୍ଡିଆ ପାଇଁ ମହଙ୍ଗା ପଡ଼ିଥିଲା । ୧୨ ବଲରେ ଜିତିବାକୁ ୨୧ ରନ୍ ଥିବା ବେଳେ ଭୁବନେଶ୍ୱର କୁମାରଙ୍କ ତାଙ୍କ ଓଭରରେ ୧୪ ରନ୍ ଦେଇଥିଲେ ।

ଶେଷ ବେଳକୁ ହର୍ଶଦୀପ ଅନେକ ଚେଷ୍ଟା କରିଥିଲେ ବି ୬ ୱିକେଟରେ ମ୍ୟାଚ୍ ଜିତି ନେଇଛି ଶ୍ରୀଲଙ୍କା । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୭୩ ରନ୍ କରିଥିଲା । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୭୨ ରନ କରି କରିଥିବା ବେଳେ ଲୋକେସ ରାହୁଲସ, ବିରାଟ କୋହଲି ଓ ପନ୍ତ ବଡ଼ ସ୍କୋର କରିପାରି ନଥିଲେ । ଅନ୍ୟପଟେ ଶ୍ରୀଲଙ୍କା ପକ୍ଷରୁ କୁସାଲ ମେଣ୍ଡିସ ସର୍ବାଧିକ ୫୭ ରନ୍ କରିଥିବା ବେଳେ ପାଥୁମ ନିଶଙ୍କ ୫୫ ରନ୍, ଦଶୁନ ଶନକା ୩୩ ରନ୍ ଓ ଭାନୁକା ରାଜପାକ୍ଷ ୨୫ ରନ୍ କରିଥିଲେ । ଫଳରେ ଦଳ ୧୯.୫ ବଲରେ ମ୍ୟାଚ୍ ଜିତି ନେଇଛି ।