ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୭/୦୯) : ସୀମା ସୁରକ୍ଷା ବାହିନୀ ଦ୍ୱାରା ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସୀମା ସୁରକ୍ଷା ବାହିନୀ ର ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଉପକରଣ ପ୍ରଦର୍ଶିତ କରାଯାଇଥିଲା ।
ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଏହିସବୁ ଉପକରଣ କୁ ଭଲ ଭାବରେ ନିରୀକ୍ଷଣ କରିବା ସହ ହାତରେ ଧରି ଏହାର ବ୍ୟବହାର କିପରି କରାଯାଏ ତାହା ପଚାରି ବୁଝିଥିଲେ । ଏହି ଉପକରଣ ମାନଙ୍କ ମଧ୍ୟରେ AK 47 ରାଇଫଲ, 9MM ପିସ୍ତଲ, SMG, ହାଲକା ହେଲିକେପ୍ଟେରରେ ବ୍ୟବହୃତ ହେଲମେଟ, ତାପ ରହିତ ହାତ ଗ୍ଲୋବ, ପାହାଡ଼ରେ ଚଢିବା ଓ ଓଲ୍ଲାଇବା ପାଇଁ ବ୍ୟବହୃତ ଦଉଡି ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା । ନବମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସୀମା ସୁରକ୍ଷା ବିଷୟରେ ତଥା ଆଦିବାସୀ ଅଧ୍ୟୁଷିତ ଗ୍ରାମ ମାନଙ୍କରେ କରାଯାଉଥିବା ସାମାଜିକ ଅଭିଯାନ ବିଷୟର ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମ ବିଶିଷ୍ଠ ଶିକ୍ଷାବିତ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଟନ ତଥା ମାଁ ସରସ୍ୱତୀଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ସହ ପ୍ରାରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୀମା ସୁରକ୍ଷା ବାହିନୀ ୯୯ ବଟାଲିଅନ ର 2IC ଶ୍ରୀ ରବିକାନ୍ତ, 2IC ଆଜିତ ପାଲ ସିଂ ଭିରକ DC ଶ୍ରୀ ଉମେଶ ସିଂ ରାଠୋର, DC ଗୋପାଳ ସିଂ, DC ଭରତସିଂ ପାଲ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ସାଜିଥିଲେ । ଏହି ଅବସରରେ ଶ୍ରୀ ରବିକାନ୍ତ ଭାରତ ର ୱାଘା ସୀମାରେଖା ଦେଖିବାକୁ ଇଚ୍ଛା ପ୍ରକାଶ କରୁଥିବା ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସହଯୋହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ଗୁରୁଜନ ମାନଙ୍କ କଥା ଶୁଣି, ବାପା ମାଆଙ୍କୁ ସମ୍ମାନ ଦେଇ ପାଠ ପଢିଲେ ଦେଶ ସେବାରେ ନିଜକୁ ନିୟୋଜିତ କରିପାରିବା ବୋଲି ମତ ଦେଇଥିଲେ । ଉକ୍ତ ଅବସରରେ ୩୦ ଜଣ ଛାତ୍ର ଛାତ୍ରୀ ଓ ୨୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ୱାଘା ସୀମା ଭ୍ରମଣ ର କାର୍ଯ୍ୟକ୍ରମ ର ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ ତଥା ଜୀବନରେ ସମାୟାନୁବର୍ତ୍ତିତା ର ଏକ ଉଦାହରଣ ବୋଲି ବିଦ୍ୟାଳୟ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋବିନ୍ଦ ପ୍ରସାଦ ରଥ ମତ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରି ସଫଳ ରୁପ ଦେଇଥିଲେ ।