ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ସୀମା ସୁରକ୍ଷା ବାହିନୀ ଦ୍ୱାରା ଗୁରୁ ଦିବସ ପାଳିତ

0
141
ଜୁପିଟର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୭/୦୯) : ସୀମା ସୁରକ୍ଷା ବାହିନୀ ଦ୍ୱାରା ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସୀମା ସୁରକ୍ଷା ବାହିନୀ ର ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଉପକରଣ ପ୍ରଦର୍ଶିତ କରାଯାଇଥିଲା ।WhatsApp Image 2022 09 06 at 7.02.55 PM ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ସୀମା ସୁରକ୍ଷା ବାହିନୀ ଦ୍ୱାରା ଗୁରୁ ଦିବସ ପାଳିତ

ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଏହିସବୁ ଉପକରଣ କୁ ଭଲ ଭାବରେ ନିରୀକ୍ଷଣ କରିବା ସହ ହାତରେ ଧରି ଏହାର ବ୍ୟବହାର କିପରି କରାଯାଏ ତାହା ପଚାରି ବୁଝିଥିଲେ । ଏହି ଉପକରଣ ମାନଙ୍କ ମଧ୍ୟରେ AK 47 ରାଇଫଲ, 9MM ପିସ୍ତଲ, SMG, ହାଲକା ହେଲିକେପ୍ଟେରରେ ବ୍ୟବହୃତ ହେଲମେଟ, ତାପ ରହିତ ହାତ ଗ୍ଲୋବ, ପାହାଡ଼ରେ ଚଢିବା ଓ ଓଲ୍ଲାଇବା ପାଇଁ ବ୍ୟବହୃତ ଦଉଡି ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା । ନବମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସୀମା ସୁରକ୍ଷା ବିଷୟରେ ତଥା ଆଦିବାସୀ ଅଧ୍ୟୁଷିତ ଗ୍ରାମ ମାନଙ୍କରେ କରାଯାଉଥିବା ସାମାଜିକ ଅଭିଯାନ ବିଷୟର ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମ ବିଶିଷ୍ଠ ଶିକ୍ଷାବିତ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଟନ ତଥା ମାଁ ସରସ୍ୱତୀଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ସହ ପ୍ରାରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୀମା ସୁରକ୍ଷା ବାହିନୀ ୯୯ ବଟାଲିଅନ ର 2IC ଶ୍ରୀ ରବିକାନ୍ତ, 2IC ଆଜିତ ପାଲ ସିଂ ଭିରକ DC ଶ୍ରୀ ଉମେଶ ସିଂ ରାଠୋର, DC ଗୋପାଳ ସିଂ, DC ଭରତସିଂ ପାଲ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ସାଜିଥିଲେ । ଏହି ଅବସରରେ ଶ୍ରୀ ରବିକାନ୍ତ ଭାରତ ର ୱାଘା ସୀମାରେଖା ଦେଖିବାକୁ ଇଚ୍ଛା ପ୍ରକାଶ କରୁଥିବା ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସହଯୋହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।WhatsApp Image 2022 09 06 at 7.02.56 PM ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ସୀମା ସୁରକ୍ଷା ବାହିନୀ ଦ୍ୱାରା ଗୁରୁ ଦିବସ ପାଳିତ

ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ଗୁରୁଜନ ମାନଙ୍କ କଥା ଶୁଣି, ବାପା ମାଆଙ୍କୁ ସମ୍ମାନ ଦେଇ ପାଠ ପଢିଲେ ଦେଶ ସେବାରେ ନିଜକୁ ନିୟୋଜିତ କରିପାରିବା ବୋଲି ମତ ଦେଇଥିଲେ । ଉକ୍ତ ଅବସରରେ ୩୦ ଜଣ ଛାତ୍ର ଛାତ୍ରୀ ଓ ୨୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ୱାଘା ସୀମା ଭ୍ରମଣ ର କାର୍ଯ୍ୟକ୍ରମ ର ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ ତଥା ଜୀବନରେ ସମାୟାନୁବର୍ତ୍ତିତା ର ଏକ ଉଦାହରଣ ବୋଲି ବିଦ୍ୟାଳୟ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋବିନ୍ଦ ପ୍ରସାଦ ରଥ ମତ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରି ସଫଳ ରୁପ ଦେଇଥିଲେ ।