ଜଳେଶପଟ୍ଟା ଆଶ୍ରମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ଏଗାରତମ ଶ୍ରଦ୍ଧାଞ୍ଜଳି ସଭା ପାଇଁ ବ୍ୟାପକ ପ୍ରସ୍ତୁତି

ବାଲିଗୁଡା(୨୩/୦୮): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଜଳେଶପଟ୍ଟା ସଂସ୍କୃତ କନ୍ୟାଆଶ୍ରମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣା ନନ୍ଦସରସ୍ବତୀଙ୍କ ଏଗାର ତମ ଶ୍ରାଦ୍ଧଦିବସ ବା ଶ୍ରଦ୍ଧାଞ୍ଜଳି ସଭାପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଅନ୍ତେବାସୀଙ୍କ ତରଫରୁ ସକାଳୁ କଳସୀ ଶୋଭାଯାତ୍ରା ଗୀତାଯଞ ନାମ ସଂକୀର୍ଣ୍ଣନ ଘୃତଯଜ୍ଞ, ଅନ୍ନ ଯଜ୍ଞ ସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ |

ସନ୍ଧ୍ୟାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହେବ । ବହୁସାଧୁ ସନ୍ଥ ସମେତ ଆଖ ପାଖ ଅଞ୍ଚଳର ବହୁ ଭକ୍ତ ଓ ସ୍ୱାମୀଜୀଙ୍କ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି | ବାଲିଗୁଡା ତୁମୁଡିବନ୍ଧ କୋଟଗଡ଼ ନୂଆଗାଁ ସମେତ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ୍ ବ୍ଲକିଂ ନାକା ଚେକପୋଷ୍ଟ କରି ଯାନ ବାହାନ ଯାଞ୍ଚ କରୁଛି । ତୁମୁଡିବନ୍ଧ ପୋଲିସ ମଧ୍ୟ ଜଳେଶପଟା ଆଶ୍ରମର ସୁରକ୍ଷା ବ୍ୟବସ୍ତାକଡା କଡ଼ି କରିବା ସହିତ ବିଭିନ୍ନ ସ୍ଥାନରେ ଯାଞ୍ଚ କାର୍ଯ୍ୟ ଚାଲି ଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି |

ସୂଚନାଯୋଗ୍ୟ ଯେ ଗତ ୨୦୦୮ମସିହା ଅଗଷ୍ଟ ୨୩ତାରିଖରେ ଜଳେଶପଟ୍ଟା ସଂସ୍କୃତି କନ୍ୟାଶ୍ରମରେ ଜନ୍ମାଷ୍ଟମୀ ଚାଲୁଥିବା ବେଳେ ବ୍ରହ୍ମଲିନ ସ୍ବାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ସମେତ ଚାରି ଅନୁଗାମୀଙ୍କୁ ଦୃବୁତ୍ତ ଅତି ନିର୍ମମ ଭାବରେ ହତ୍ୟାକରିଥିଲେ | ଏହାପରେ କନ୍ଧମାଳ ସମେତ ଗଜପତି ଜିଲ୍ଲା ଏବଂ ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା । ସେଥିପାଇଁ କନ୍ଧମାଳ ଜିଲ୍ଲାରେ ଜନ୍ମାଷ୍ଟମୀରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରାଯିବା ସହିତ କଡା କଡ଼ି ସୁରକ୍ଷା ବନ୍ଦବସ୍ତ କରାଯାଇ ଥାଏ |

Comments are closed.