୧୦ମ ଶ୍ରେଣୀର ହଷ୍ଟେଲ ଛାତ୍ରୀର ମୃତ୍ୟୁ

ରିପୋର୍ଟ: ତ୍ରିନାଥ ଧୁରୁଆ
ଝରୀଗାଁ(୨୩/୦୮): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି । କରମରି ସ୍କୁଲ ହଷ୍ଟେଲ ୧୦ମ ଶ୍ରେଣୀର ଛାତ୍ରୀ ଶକୁନ୍ତଳାର ମୃତ୍ୟୁ ହୋଇଛି । ଛାତ୍ରୀ ଜଣକ ହେଉଛନ୍ତି ଗରାମ୍ବା ଗ୍ରାମର ଲଳିତ ମାଝୀଙ୍କ ଝିଅ । ସେ ଷଷ୍ଠ ଶ୍ରେଣୀରେ ଆଡ଼ମିଶନ କରି କରମରି ସ୍କୁଲରେ ଅଧ୍ୟୟନ କରି ଏହି ବର୍ଷ ଦଶମ ଶ୍ରେଣୀରେ ପଢୁଥିଲେ ।

ଛାତ୍ରୀ ଜଣକ ଗତକାଲି ସନ୍ଧ୍ୟାରେ ଦେହ ଅସୁସ୍ଥତା ଅନୁଭବ କରିବାରୁ ତାକୁ ସ୍କୁଲ କର୍ତ୍ତୃପକ୍ଷ ଝରିଗାଁ ମେଡିକାଲରେ ଭର୍ତ୍ତି କରାଇଥିଲେ । ପ୍ରଥମେ ଝରିଗାଁ ଗୋଷ୍ଟି ସ୍ୱାସ୍ଥ୍ୟ ଚିକିତ୍ସା କରିଥିଲେ । ସେଠାରେ ଛାତ୍ରୀର ଅବସ୍ଥା ଗୁରୁତର ହେବାରୁ ତାକୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମେଡିକାଲ ପହଂଚିବା ବେଳକୁ ଛାତ୍ରୀର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ତେବେ ଗତକାଲି ଛାତ୍ରୀ ଜଣକ ପ୍ରବଳ ମୁଣ୍ଡବ୍ୟଥା ହେଉଥିବା କହୁଥିଲେ ବୋଲି ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି ଅନୁରୂପ କଥା ଛାତ୍ରୀର ବାପା ମଧ୍ୟ କହିଥିବାବେଳେ ଶବ ବ୍ୟବଚ୍ଛେଦ ପରେ ହିଁ ପ୍ରକୃତ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ନବରଙ୍ଗପୁର ମେଡିକାଲ ଡାକ୍ତର ସୂଚନା ଦେଇଛନ୍ତି ।

Comments are closed.