Friday, March 29, 2024

Top 5 This Week

Related Posts

ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା ବୈଠକ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୬/୯) : ଆଜି ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ପ୍ରକଳ୍ପ ଗୁଡିକ ସମ୍ପର୍କରେ ସମୀକ୍ଷା ବୈଠକ କରାଯାଇଥିଲା ।

ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲା ର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା ବୈଠକ । ତନମଧ୍ୟରେ ଏନଏସି ର ବିଭିନ୍ନ ସ୍କିମ ଓ ପ୍ରକଳ୍ପ, ଯଥା: ମୁକ୍ତା ସ୍ମିମ, ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ, ଚଲାପଥ, ମିନି ପାର୍କ, ଭେଣ୍ଡିଂ ଜୋନ, ଖେଳପଡିଆ ଉନ୍ନତିକରଣ ତାହା ସହିତ କ୍ରିଡାର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବିଭିନ୍ନ ପଦକ୍ଷେପ ତଥା ଜିଲ୍ଲା ସଂଗ୍ରହାଳୟ ର ସମୀକ୍ଷା ସହିତ ବକେୟା ଥିବା ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ଶିଘ୍ର ସମାପ୍ତ କରିବା ପାଇଁ ଅଧିକାରୀ ମାନଙ୍କୁ ନର୍ଦ୍ଦେଶ ଦେଇଥିଲେ ।

ପ୍ଲାଷ୍ଟିକ ବର୍ଜନ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଷ୍ଟାଡିୟମ, ସନ୍ତରଣାଗାର, ଇଣ୍ଡୋର ଷ୍ଟାଡିୟମ, ରେଭିନ୍ୟୁ କ୍ୱାର୍ଟର, ମାଷ୍ଟରଲାଇନ କ୍ୱାର୍ଟର ବୁଲି ଦେଖିବା ପରେ ସମସ୍ତ କ୍ୱାର୍ଟର ର ମରାମତି ତଥା ପୁନଃ ନିର୍ମାଣ ପାଇଁ ପୁର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଆହାର କେନ୍ଦ୍ର ପରିଦର୍ଶନ କରିବା ସହିତ ପୁରୁଣା ବସଷ୍ଟାଣ୍ଡ ର ଉନ୍ନତିକରଣ ଓ ସଂପ୍ରସାରଣ ପାଇଁ ଜାଗା ବୁଲି ଦେଖିଥିଲେ ।

ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ପୁର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ ଦାସ ଓ ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ, ଏନଏସି ର ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା, ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଆର୍କିଟେକ ସୁମନ ଷଡଙ୍ଗୀ ଓ ଡିଆଇପିଆରଓ, ମତ୍ସ୍ୟ ବିଭାଗ, ବିଦ୍ୟୁତ ବିଭାଗ ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

Popular Articles