Friday, August 7, 2020
Home Cultural & Festival ରାୟଗଡ଼ର ସାଂସ୍କୃତିକ ଆଖଡାର ଏକ ମାଗଣା ଅଭିନୟ କର୍ମଶାଳା ଅନୁଷ୍ଠିତ

ରାୟଗଡ଼ର ସାଂସ୍କୃତିକ ଆଖଡାର ଏକ ମାଗଣା ଅଭିନୟ କର୍ମଶାଳା ଅନୁଷ୍ଠିତ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡ଼।(୨୨/୦୮): ରାୟଗଡ଼ର ସାଂସ୍କୃତିକ ଆଖଡା ବା ରାୟଗଡ଼ କଲ୍ଚୁରାଲ୍ କ୍ଲଵ୍ ତରଫରୁ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ କମ୍ୟୁନିଟି ହଲ୍ ରେ ଏକ ମାଗଣା ଅଭିନୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଦିର୍ଘ ତିନି ଘଣ୍ଟା ବ୍ୟାପି ଉକ୍ତ କର୍ମଶାଳାରେ କର୍ମଶାଳା ନିର୍ଦ୍ଦେଶକ ନାଟ୍ୟଶ୍ରୀ ଡ. ନରେନ୍ଦ୍ର କୁମାର ମିଶ୍ର ଅଭିନୟ କେମିତି କରାଯାଏ, ତାଉପରେ ଅତି ସୁନ୍ଦର ଭାବେ ବୁଝାଇଥିଲେ ।

ରାୟଗଡ଼ ସହରର ପ୍ରାୟ ୩୦, ୪୦ ଜଣ କଳାକାର ଏଥିରେ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ମିଶ୍ରଙ୍କ ସହିତ ଅଲିଉଡ ଓ ଟିଭି କଳାକାର ଶ୍ରୀ ଟୁନା ଟନ୍ ଟନ୍ ଏବଂ ବରିଷ୍ଟ କଳାକାର-ତଥା- ଆଇନଜୀବୀ ଶ୍ରୀ ବ୍ରଜସୂନ୍ଦର ନାୟକଙ୍କ ଉପସ୍ଥିତି କଳାକାର ମାନଙ୍କ ଉତ୍ସାହକୁ ଦୁଇ ଗୁଣ କରିଦେଇଥିଲା । ରାୟଗଡ଼ ସହରର ସମସ୍ତ ୟୁ-ଟ୍ୟୁବ୍ ଚ୍ୟାନେଲ ଯଥା- ମାଁ ମଝିଘରିଆଣୀ ଏଣ୍ଟରଟେନମେଣ୍ଟ, ଶ୍ରଦ୍ଧା ଚ୍ୟାନେଲ, ଓ କେ.ସି.ଆର୍. ଏଣ୍ଟରଟେନମେଣ୍ଟ ଏଥିରେ ଅଂଶଗ୍ରହଣ କରିବା ସହିତ ମିଳିତଭାବେ କାର୍ଯ୍ୟକ୍ରମଟିକୁ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ । ଆଗାମୀ ଦିନରେ ଆଉରି ଏମିତି ଅନେକ ପଦକ୍ଷେପ ନେବା ସହିତ ରାୟଗଡା ର ସମସ୍ତ କଳାକାର ମିଶି ଏକ ୩ଘଣ୍ଟିଆ ଓଡ଼ିଆ ଚଳଚ୍ଚିତ୍ର ତିଆରି କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ରାୟଗଡ଼ କଲ୍ଚୁରାଲ୍ କ୍ଲଵ୍ ତରଫରୁ ଅଭିନେତା ଶ୍ରୀ ଟୁନା ଟନ୍ ଟନ୍ ପ୍ରକାଶ କରିଥିଲେ । ରାୟଗଡ଼ କଲ୍ଚୁରାଲ୍ କ୍ଲଵ୍ ର ଏମିତି ପଦକ୍ଷେପକୁ ସର୍ବସାଧାରଣରେ ଭୂରି ଭୂରି ପ୍ରଶଂସା କରାଯାଇଥିଲା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: