Wednesday, August 12, 2020
Home Education & Literacy ରାୟଗଡା ଜିସିଡି ହାଇସ୍କୁଲ ପରିସରରେ ପରିମଳ ବ୍ୟବସ୍ଥା ଶହେ କୋଷ ଦୂରରେ

ରାୟଗଡା ଜିସିଡି ହାଇସ୍କୁଲ ପରିସରରେ ପରିମଳ ବ୍ୟବସ୍ଥା ଶହେ କୋଷ ଦୂରରେ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା (୨୩/୦୮): ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ ଏକ ରାଷ୍ଟ୍ରୀୟ ମିଶନ ଅଟେ। ରାଷ୍ଟ୍ରୀୟ ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ପୁରା କରିବାରେ ଭାରତ ସରକାରଙ୍କ ଏକ ପ୍ରୟାସ ମାତ୍ର । ଏହି ପ୍ରୟାସକୁ ସଫଳ କରିବା ପାଇଁ ଓ ଏହାର ପ୍ରଚାର ପ୍ରସାରକୁ ଜନସଚେତନତା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଜାଣିଶୁଣି ଏହାକୁ ଉପହାସ ଓ ଅଣଦେଖା କରିଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି, ରାୟଗଡା ଜିଲ୍ଲାର ବଡ଼ ହାଇସ୍କୁଲ କୁହାଯାଉଥିବା ଜିସିଡି ହାଇସ୍କୁଲ ପରିସର ଓ ପଡ଼ିଆରେ ।

ଏହି ହାଇସ୍କୁଲକୁ ରାୟଗଡାର କେନ୍ଦ୍ରବିନ୍ଦୁ କୁହା ଯାଉଥିବା ବେଳେ, ଜିସିଡି ହାଇସ୍କୁଲର କର୍ତ୍ତୃପକ୍ଷଙ୍କ ନଜରରେ ସ୍ଵଛତା ରାଷ୍ଟ୍ରୀୟ ମିଶନ ପ୍ରତି ଏକ ଉପହାସ ଭଳି ମନେ ହେଉଛି । ପୁଣି ଏହି ହାଇସ୍କୁଲ ରାୟଗଡା ସହରର ମୁଖ୍ୟ ସରକାରୀ ବିଦ୍ୟାଳୟ। ଏଠାକୁ ଗାଁ ଓ ସହରର ଅନେକ ଛାତ୍ର ଛାତ୍ରୀ ପଢିବାକୁ ଆସିଥାନ୍ତି। କିନ୍ତୁ ଏହି ବିଦ୍ୟାଳୟର ପରିସର ଓ ଚତୃପାର୍ଶ୍ୱ ରେ ଅଳିଆ ଆବର୍ଜନା ଓ ନା ନା ପ୍ରକାର ଅନାଵନା ଗଛ ଉଠି ଜଙ୍ଗଲ ଭଳି ଦେଖା ଦେଇଛି ।

ଏପରିକି ଅଳିଆ ଆବର୍ଜନା ଯୋଗୁଁ ଡେଙ୍ଗୁ ଭଳି ନା ନା ପ୍ରକାର ମାରାତ୍ମକ ମଶା ମାଛି ସାଙ୍ଗକୁ ଅସ୍ୱାସ୍ତ୍ୟକର ପରିବେଶ ସୃଷ୍ଟି ହୋଇଛି । ବିଦ୍ୟାଳୟ ପରିସର ମଧ୍ୟରେ କୌଣସି ଆବର୍ଜନା କୁଣ୍ଡର ବ୍ୟବସ୍ତା ନ ଥିବାରୁ ଏଠିକାର ଛାତ୍ରଛାତ୍ରୀ ଅଳିଆ ଆବର୍ଜନା ଏଣେ ତେଣେ ଫପାଡୁ ଥିବା ଦେଖିବାକୁ ମିଳୁଛି । ବିଡମ୍ବନାର ବିଷୟ ଏହା କୀ ସ୍କୁଲ ପାଖରେ ହିଁ ରାୟଗଡା ପୌର ପରିଷଦର କାର୍ଯ୍ୟଳୟ ଥିଲେ ମଧ୍ୟ ଏଥିପ୍ରତି କାହାର ନଜର ନାହିଁ । ଅପର ପକ୍ଷରେ ଜିଲ୍ଲାରେ ଗୋଟିଏ ହିଁ ଖେଳ ପଡିଆ ଥିବା ଯୋଗୁଁ, ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଏଠାରେ ପ୍ରାତଃ ଭ୍ରମଣ ଓ ଖେଳକୁଦ କସରତ କରିବା ପାଇଁ ଆସନ୍ତି। କିନ୍ତୁ ଏହି ବିଦ୍ୟାଳୟ ସମ୍ମୁଖରେ ଥିବା ପଡ଼ିଆରେ ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ସାଂସ୍କୃତିକ ଓ ସାମାଜିକ କାର୍ୟକ୍ରମର ଅନୁଷ୍ଠିତ ହୋଇଥାଏ।ଏହି କାର୍ୟକ୍ରମର ପରିସମାପ୍ତି ପରେ ଏହି ଖେଳ ପଡିଆ ଚାରିପଟେ ବଡ଼ ବଡ଼ ଗାତ, ଲୁହାକଣ୍ଟା,ପାଣି ପାଉଚ, ପ୍ଲାଷ୍ଟିକ ଗ୍ଲାସ ଗୁଡାକ ଦେଖିବାକୁ ମିଳୁଛି ।

ଏପରିକି ପଡିଆ ସମ୍ମୁଖରେ ହିଁ ରାୟଗଡା ପୋଲିସ ଥାନା ଥିଲେ ସୁଦ୍ଧା କାହାରି ଭୟ ନ ଥାଇ ରାତି ହେଲେ ଏଠାରେ ମଦୁଆଙ୍କ ଭିଡ଼ ଦ୍ୱାରା ପିଇକି ଫିଙ୍ଗି ଦେଇଥିବା ମଦ କାଚ ଗୁଡାକ ଏଣେତେଣେ ପଡିଥିବା ଦେଖିବାକୁ ମିଳିଥାଏ । ପଡ଼ିଆ ଚାରିପଟେ ମଧ୍ୟ ଅନାଵନା ଗଛ ଗୁଡାକ ଉଠି ଅନେକ ସରୀସୃପ ଓ ବିଷାକ୍ତ ସାପ ମଧ୍ୟ ବୁଲୁଥିବା ଦେଖଣାହାରି ପ୍ରକାଶ କରିଛନ୍ତି । ରାୟଗଡା ସହର ର ଅନେକ ବୁଦ୍ଧିଯିବି ଏହି ପ୍ରକାର ଅବସ୍ଥା ଦେଖି ନିନ୍ଦା କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୌର ପରିଷଦ ଏହାର ଉଚିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ମତ ପ୍ରକାଶ କରିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

RTI ମାଗିବାରୁ ଯୁବକଙ୍କ ନା ରେ ଥାନାରେ ଏତଲା ଦେଲା ବ୍ଲକ ପ୍ରଶାସନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ // ଲମତାପୁଟ (୧୧/୦୮): ଲମତାପୁଟ ବ୍ଲକ ଡାବୁଗୁଡା ପଞ୍ଚାୟତ କଡ୍ରି ଗ୍ରାମର ଜଗନ୍ନାଥ ବାଙ୍କିଆ ନାମକ ଜଣେ ଯୁବକ ନିଜ ପଞ୍ଚାୟତ ଡ଼ାବୁଗୁଡା ର ୨୦୦୫ରୁ ୨୦୨୦ବର୍ଷ ପର୍ଯ୍ୟନ୍ତ...

ପୋଖରୀରେ ବୁଡି ନାବାଳକ ମୃତ

ରିପୋର୍ଟ: ରାକେଶ ମହାରଣା // କୋଦଳା (୧୧/୦୮): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଆଜି ସକାଳ ୮:୩୦ ମିନିଟରେ ଉକ୍ତ ଗ୍ରାମର ଲକ୍ଷ୍ମୀ ପୋଲାଇଙ୍କ...

ବର୍ଷା ଠିକ ହେଉଥିବାରୁ ବନ୍ଧୁଗାଁ ଚାଷୀ ମୁହଁରେ ହସ ଫୁଟୁଛି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୧୧.୮.୨୦): କୋରାପୁଟ ଜିଲ୍ଲାର୍ ଶେଷ ସୀମାନ୍ତ ବ୍ଲକ ଅଟେ | ଏହି ବ୍ଲକଠାରେ ଗତ ୧୫ ଦିନ ହେବ କିଛି ପଞ୍ଚାୟତରେ ଧାନ ରୁଆ ଅଧିକାଂଶ ଶେଷ...

ଅଜଣା ଗାଡ଼ି ଧକ୍କାରେ ଜଣେ ଦକ୍ଷ ବ୍ୟକ୍ତି ଗୁରୁତର

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୧୧/୦୮): ଯାଜପୁର ଜିଲ୍ଲା ବରୀ ବରୁଆଁ ମୁଖ୍ୟ ରାସ୍ତାର ଗାନ୍ଧୀ ଛକ ନିକଟ ଡାକ୍ତର ପତିବାବୁଙ୍କ ବାସଭବନ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ରମ୍ପା ପଞ୍ଚାୟତ ଅଧିନସ୍ଥ...

Recent Comments

%d bloggers like this: