ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳିତ

0
170
ସର୍ବପଲ୍ଲୀ ରାଧାକୃଷ୍ଣନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୫/୯) : କୋଟି ଜନଙ୍କ ମାର୍ଗ ଦର୍ଶକ ଭାରତ ର ଦ୍ଵିତୀୟ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ, ଶିକ୍ଷାବିତ୍ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ନୂତନ ଟାଉନ ହଲ ସୋନପୁର ଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 09 06 at 7.13.02 AM 2 ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳିତ

ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉପସ୍ଥିତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ତଥା ଶିକ୍ଷକ ବୃନ୍ଦ ଙ୍କୁ ଗୁରୁଦିବସ ର ଅଭିନନ୍ଦନ ଜଣାଇବା ସହ ଜିଲ୍ଲା ର ଶିକ୍ଷା କ୍ଷେତ୍ରରେ ନିଜ ନିଜର ପାରଦର୍ଶିତା ଓ ପ୍ରତିବଦ୍ଧତା କୁ ବଜାୟ ରଖି ଜିଲ୍ଲାକୁ ଏକ ଅଗ୍ରଣୀ ଶିକ୍ଷା ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ପରାମର୍ଶ ଦେଇଛନ୍ତି ।

ଜିଲ୍ଲା ର ଶିକ୍ଷକ ବୃନ୍ଦ ସ୍କୁଲ ବାହାରେ ଥିବା ଝିଅ ଙ୍କୁ ପୁନର୍ବାର ସ୍କୁଲ ଫେରାଇ ଆଣିବାର ପ୍ରତିବଦ୍ଧତା କୁ ପ୍ରଶଂସା କରିଛନ୍ତି ଜିଲ୍ଲାପାଳ । ସେ ଏହି ପରିପ୍ରେକ୍ଷୀରେ କହିଛନ୍ତି କି ଏହା ଆମ ପାଇଁ ଏକ ଆହ୍ୱାନ, ଏହି ଆହ୍ୱାନ କୁ ଗ୍ରହଣ କରି ଆମକୁ ଆହୁରି ପ୍ରଯତ୍ନ କରିବାକୁ ପଡିବ, ଆମର ଲକ୍ଷ୍ୟ ଜିଲ୍ଲା ର କୋଣ ଅନୁକୋଣରେ କୌଣସି ବି ଗୋଟିଏ ଝିଅ ଯେପରି ସ୍କୁଲ ବାହାରେ ନ ରୁହନ୍ତି, ସମସ୍ତେ ଯେପରି ଶିକ୍ଷା କ୍ଷେତ୍ରରେ ଯୋଡି ହେବେ ସେଥିପ୍ରତି ସମ୍ମିଳିତ ପ୍ରୟାସ କରିବାକୁ ଆହ୍ୱାନ କରିଛନ୍ତି ଜିଲ୍ଲାପାଳ ନରୱଣେ ।

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତ୍ୟା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସାହାରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର ସଭା ସଂଯୋଜନା କରିଥିଲେ । ଶ୍ରୀଧର ବାଗ, ପ୍ରଧାନ ଶିକ୍ଷକ ପଞ୍ଚମହଲା ହାଇସ୍କୁଲ, ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର, ଗଣେଶ କିସାନ, ରାଜେନ୍ଦ୍ର କୁମାର ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ ।WhatsApp Image 2022 09 06 at 7.13.02 AM 1 ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳିତ

ସମାରୋହ ପରିପ୍ରେକ୍ଷୀରେ ଜିଲ୍ଲାରେ ସ୍କୁଲ ବାହାରେ ଥିବା ଝିଅ ଙ୍କୁ ପୁନଶ୍ଚ ଶିକ୍ଷା କ୍ଷେତ୍ରରେ ସାମିଲ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବାଳିକା ଉଚ୍ଚ ବିଦ୍ୟାଳୟ ବୀରମହାରାଜପୁର, ଆଇ ଜି ଏଚ ଏସ ଖଣ୍ଡହତା, ପି ଏସ ଏଚ ଏସ ଉଲୁଣ୍ଡା, ଜେ ଏ ଜଲୋଏ, ଏସ ଏନ ଏଚ ଏସ ତରଭା, ବାଳିକା ଉଚ୍ଚ ବିଦ୍ୟାଳୟ ତରଭା, ବାଳିକା ଉଚ୍ଚ ବିଦ୍ୟାଳୟ ବିନିକା, ସେଲେଡି ଏଚ ଏସ, ସେଲେଡି, ବାଳିକା ଉଚ୍ଚ ବିଦ୍ୟାଳୟ ଚେରୁପାଲି, ୟୁ ଜି ଏଚ ଏସ ସୁନାପାଲି, ଏ ପି ଏଚ ଏସ ରେଙ୍ଗାଲି, ଏସ ଜି ପି ଏଚ ଏସ ହର୍ଡଖୋଲ ପ୍ରଭୁତି ସ୍କୁଲ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ସେହିପରି ଯେଉଁ 5T ହାଇସ୍କୁଲ ସେମାନେ ସାମଗ୍ରିକ ଭାବେ 5T ର କାର୍ଯ୍ୟକାରିତାକୁ ହାଇସ୍କୁଲରେ ସଫଳ ଭାବେ ଉପଯୋଗ କରିଛନ୍ତି ।

ସେହି ସ୍କୁଲ ଯଥା – ବୀରମହାରାଜପୁର ବ୍ଲକ ର ବାଳିକା ଉଚ୍ଚ ବିଦ୍ୟାଳୟ, ବୀରମହାରାଜପୁର, ବୀରମହାରାଜପୁର ହାଇସ୍କୁଲ ବୀରମହାରାଜପୁର, ସୋନପୁର ବ୍ଲକ ଅନ୍ତର୍ଗତ ମହାରାଜା ହାଇସ୍କୁଲ ସୋନପୁର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୋନପୁର, ଡୁଙ୍ଗୁରିପାଲି ବ୍ଲକ ର ଏସ ଜେ ଏଚ ଏସ ଗଜବନ୍ଧ, ଡୁଙ୍ଗୁରିପାଲି ହାଇସ୍କୁଲ ଡୁଙ୍ଗୁରିପାଲି, ବିନିକା ବ୍ଲକ ର କର୍ତ୍ତଙ୍ଗ ହାଇସ୍କୁଲ, କର୍ତ୍ତଙ୍ଗ, ଏସ କେ ଏଚ ଏସ ଚରଦା, ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପି ଏଚ ଏସ ବିଶିପଡା, ପି ଏସ ଏଚ ଏସ ଉଲୁଣ୍ଡା ସେହିପରି ତରଭା ବ୍ଲକ ର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ତରଭା, ମେଣ୍ଡା ହାଇସ୍କୁଲ ମେଣ୍ଡା ପ୍ରଭୁତି ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।