Related Contents

ନିଖୋଜ ମହିଳାଙ୍କ ଗଳିତ ଶବ ଜଙ୍ଗଲରୁ ଉଦ୍ଧାର

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୩/୦୮): ବୈପାରୀଗୁଡା ଥାନା ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତର ଘସରଲିଆ ଗ୍ରାମର ଏକ ଅଭାବନିୟ ଘିଟଣା ଘଟିଛି | ଗତ ତିନିଦିନ ହେବ ନିଖୋଜ ଥିବା ବିବାହିତା ମହିଳାଙ୍କ ଗଳିତ ଶବ ନିଜ ଗ୍ରାମର ନିକଟରେ ଥିବା ଜଙ୍ଗଲରୁ ବୈପାରୀଗୁଡା ପୋଲିସ ଉଦ୍ଧାର କରିଥିବା ଜଣାପଡିଛି |

ପ୍ରାପ୍ତ ସୂଚନାରୁ ପ୍ରକାଶ ଉକ୍ତ ଗ୍ରାମର ମରୁ ଘସରଲିଆଙ୍କ ପତ୍ନୀ ବାସନ୍ତି (୨୨)ଗତ ତିନି ଦିନ ହେବ ବାସନ୍ତି ନିଖୋଜ ଥିଲେ | ଏହି ଘଟଣାକୁ ନେଇ ବୈପାରୀଗୁଡା ଅଂଚଳରେ ବିଭିନ୍ନ ମହଲରେ ବିଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ ଗତ କାଲି ବୁଧୁବାର ଦିନ ତାଙ୍କ ଗଳିତ ଶବ ଉକ୍ତ ଗ୍ରାମର ନିକଟରେ ଥିବା ଜଙ୍ଗଲରୁ ଉଦ୍ଧାର ହେବା ପରେ ସମସ୍ତଙ୍କୁ ଚକିତ କରିଦେଇଛି | ବୈପାରୀଗୁଡା ଥାନା ଅଧିକାରୀ ରମେଶ ଚନ୍ଦ୍ର ରାଉତ ନିଜ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ବ କରିଥିବା ବେଳେ ମାଜିଷ୍ଟଟଦାଇତ୍ୱରେ ଥିବା ସ୍ଥାନୀୟ ତହସିଲଦାର ସଞ୍ଜବ କୁମାର ସାହୁଙ୍କ ଉପସ୍ଥିତରେ ଶବ ବ୍ୟବଛେଦ କରାଯାଇଛି | ବୈପାରୀଗୁଡା ପୋଲିସ ସାଇଣ୍ଟିଫିକ ଟିମ ଓ ଡଗ ସ୍କାୱଡ ସାହାଯ୍ୟରେ ଘଟଣର ତଦନ୍ତ ଆରମ୍ବ ହୋଇଥିବା ଜଣାପଡିଛି |

Comments are closed.