ସରପଞ୍ଚ ଭାଗବତିଙ୍କୁ ପୃଷ୍ଟି ପୁରସ୍କାର

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୩/୦୮): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚିପାକୁର ସରପଞ୍ଚ ଭାଗବତି ହନ୍ତାଳଙ୍କୁ ପୃଷ୍ଟି ପୁରସ୍କାର ମିଳିଥିବା ଜଣାପଡିଛି ଲ ବୈପାରୀଗୁଡା ବ୍ଲକଚିପାକୁର ସରପଞ୍ଚ ଭାଗବତି ହନ୍ତାଳଙ୍କୁ ଭୁବନେଶ୍ୱରରେ ସ୍ପ୍ରେଡ଼ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ର ରାଜ୍ୟ ସ୍ତରୀୟ ସାମାଜିକ ସମୀକ୍ଷା ବୈଠକର ମୁଖ୍ୟ ଅତିଥି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ପୁରସ୍କୃତ କରିଥିଲେ |

ଭାଗବତି ନିଜ ପଞ୍ଚାୟତରେ ଜାତୀୟ ଖାଦ୍ୟ ସୁରକ୍ଷା ୨୦୧୩ଅଧିନିୟମ ଅନୁଯାୟୀ ବିଭିନ୍ନ ଗ୍ରାମରେ ପଲ୍ଲୀ ସଭା ଆୟୋଜନ କରି ଲୋକଙ୍କୁ ସଚେତନ କରିଥିଲେ | ଅଙ୍ଗନବାଡି କେନ୍ଦ୍ରରେ ମମତା ଯୋଜନା, ଅଣ୍ଡା ଓ ଛତୁଆ ପରି ବିଭିନ୍ନ ପୃଷ୍ଟିକର ଖାଦ୍ୟ ହିତାଧିକାରୀଙ୍କୁ ଯୋଗାଇବାରେ ଯଦି ଅନିୟମିତତା ହେଲେ ସାଙ୍ଗେ ସାଙ୍ଗେ ସମାଧାନ କରୁଥିଲେ | ସାମାଜିକ ସମୀକ୍ଷା, ତଦାରଖ, ଅଭିଯୋଗ ଶୁଣାଣି, ଅଭିଯୋଗ ଅନୁଯାୟୀ ସମସ୍ୟାର ସମାଧାନ ସହିତ ପଞ୍ଚାୟତରାଜ୍ ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ତାଙ୍କର ପ୍ରୟାସ ଆଜି ଏହି ସମ୍ମାନର ଅଧିକାରୀଣୀ ହୋଇପାରିଛନ୍ତି | ବୈପାରୀଗୁଡା ବ୍ଲକ ପରି ମାଓ ଅଂଚଳରେ ଜଣେ ମହିଳାଙ୍କୁ ଏପରି ସମ୍ମାନ ମିଳିବା ପରେ ଉକ୍ତ ପଞ୍ଚାୟତ ସହ ବୈପାରୀଗୁଡା ଅଂଚଳରେ ଖୁସିର ଲହରି ଦେଖିବାକୁ ମିଳିଛି |

Comments are closed.