କୋରାପୁଟିଆ ଇଣ୍ଡ୍ରଷ୍ଟ୍ରି କୁ କମ୍ ବେକ୍ କରୁଛନ୍ତି ସୁପ୍ରିତ୍

0
150
କୋରାପୁଟିଆ ଇଣ୍ଡ୍ରଷ୍ଟ୍ରି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୬/୦୯) : ପ୍ରଥମ ଥର ଅବିଭକ୍ତ କୋରାପୁଟ ଜିଲ୍ଲା ର ଆଗ ଧାଡ଼ିର କଳାକାର ମାନଙ୍କୁ ନେଇ କୁମୁଦିନୀ ପଣ୍ଡାଙ୍କ ପ୍ରଯୋଜନାରେ ସୋର୍ଟ ମୁଭୀ କ୍ରିଏସନ୍ ବ୍ୟାନେର୍ ରେ ବୁଲୁ କୁମାର ଙ୍କ ନିର୍ଦ୍ଦେଶନାରେ କୋରାପୁଟିଆ ଇଣ୍ଡ୍ରଷ୍ଟ୍ରି ରେ ମୁକ୍ତିଲାଭ ହେବାକୁ ଯାଉଛି ଚଳଚ୍ଚିତ୍ର ମିଛ ସପନ ଏବେ ଏହାର ଜୋର୍ ସୋର୍ ରେ ସୁଟିଂ ଚାଲିଥିବା ଦେଖିବାକୁ ମିଳିଛି ।WhatsApp Image 2022 09 05 at 6.56.18 PM କୋରାପୁଟିଆ ଇଣ୍ଡ୍ରଷ୍ଟ୍ରି କୁ କମ୍ ବେକ୍ କରୁଛନ୍ତି ସୁପ୍ରିତ୍

ଏହି ଚଳଚିତ୍ର ର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ଖଳନାୟକ ଭୂମିକାରେ ଅଭିନୟ କରୁଥିବା ରାୟଗଡ଼ା ଜିଲ୍ଲା ର ଜଣାଶୁଣା କଳାକାର ସୁପ୍ରିତ୍ ଓରୋଫ୍ ସନ୍ତୋଷ କୁମାର ବଛା । କୋରାପୁଟିଆ ଇଣ୍ଡ୍ରଷ୍ଟ୍ରି ରେ ମହାମାରୀ କୋରୋନା ସମୟ ଠାରୁ କଳା ଜଗତରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା । ୨୦୦୭ ମସିହାରେ ପ୍ରଥମ ଥର ରାୟଗଡ଼ା ଜିଲ୍ଲା ର କୁୱୀ ଭାଷାରେ ଗୀତ ଆଲବମ୍ ପ୍ରାରମ୍ଭ କରି ଆଦିବାସୀ କୁୱୀ ଭାଷା ର ପ୍ରଚାର ପ୍ରସାର ପାଇଁ ଜାରି ରଖିଥିବା ତାଙ୍କ ଉଦ୍ଦ୍ୟମ ପାଇଁ ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି, ତା’ ସହ କୋରାପୁଟିଆ ଭାଷାରେ ଅନେକ ଗୀତ ଓ କ୍ଷୁଦ୍ର ଚଳଚ୍ଚିତ୍ରରେ କଣ୍ଠଦାନ ଓ ଅଭିନୟ କରିବା ସହ ଅନେକ କ୍ଷୁଦ୍ର ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ବେଶ୍ ପ୍ରଶଂସିତ ମଧ୍ୟ ହୋଇଛନ୍ତି ।

ଆଞ୍ଚଳିକ ଅନେକ କଳାକାର ଙ୍କୁ କଳା କ୍ଷେତ୍ରରେ ସୁଯୋଗ ଦେଇ ଲୁକ୍କାୟିତ କଳା ପ୍ରତିଭାକୁ ନୂଆ ପରିଚୟ ଦେଇ ପାରିଛନ୍ତି ସେ । କୋରାପୁଟ ର ପରବ ମହୋତ୍ସବ, ମାଲକାନଗିରିର ମାଲ୍ୟବନ୍ତ ମହୋତ୍ସବ ଆଉ ରାୟଗଡ଼ା ର ଚଇତି ମହୋତ୍ସବ ବେଳେ ଆଞ୍ଚଳିକ ଭାଷା କଳା ସଂସ୍କୃତିକୁ ନାଚ ଗୀତ ମାଧ୍ୟମରେ ମଞ୍ଚକୁ ମାଟିର ମହକରେ ପରିଚିତ କରିବା ସହ ମାଁ ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ୟୁଟ୍ୟୁବ୍ ଚେନାଲ୍ ମାଧ୍ୟମରେ ମିଲିୟନ ମିଲିୟନ ଦର୍ଶକଙ୍କ ଠାରୁ ଉଚ୍ଚ ପ୍ରଶଂସା ଓ ଭଲ ପାଇବା ପାଇଛନ୍ତି ।

ଏବେ ଅନେକ ଦିନ ର ବ୍ୟବଧାନ ପରେ ସେ କଳା ଜଗତକୁ ଫେରୁଥିବାରୁ ସେ ଖୁବ୍ ଖୁସିବ୍ୟକ୍ତ କରିବା ସହ ଚଳଚ୍ଚିତ୍ର ର ସଫଳ ପାଇଁ ଆଶାବାଦୀ ରହିଛନ୍ତି । ଏହି ମିଛ ସପନ ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ନାୟିକା ଭାବେ ମାନସ ରଞ୍ଜନ ପଣ୍ଡା ଓ ସୋନାଲିକା ମହାପାତ୍ର ରହିଥିବା ବେଳେ ସହ ନାୟକ ଓ ନାୟିକା ଭାବେ ବୋବଲୁ ହିରୋ ଓ ସୋନି ରହିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ଆନନ୍ଦ କୁମାର ଓ ସୋମେସ୍ ଶତପଥୀ ।କୋରାପୁଟିଆ ଇଣ୍ଡ୍ରଷ୍ଟ୍ରି

ଚଳଚ୍ଚିତ୍ର ର କାହାଣୀ ସନ୍ତୋଷ ଦାସ ଲେଖିଥିଲା ବେଳେ ବୁଲୁ କୁମାର ଏହି ଚଳଚ୍ଚିତ୍ର କୁ ନିର୍ଦ୍ଦେଶନା ଦେବା ସହ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି । କ୍ୟାମେରାରେ ଅଛନ୍ତି ଗୁଡୁ ଓ ଆଶୁତୋଷ ଏବଂ ପାର୍ଶ୍ଵ ଅଭିନେତାଙ୍କ ମଧ୍ୟରେ ପ୍ରଭାକର ମିଶ୍ର, ସୁଧୀର ଦାସ, ବିଶ୍ଵଜିତ୍ ମହାପାତ୍ର, ପ୍ରିତମ କୁମାର ପାଣି ଓ ଶିଶୁ କଳାକାର ଭାବେ ପ୍ରିନ୍ସେସ୍ ବୈଷ୍ଣବୀ ରହିଛନ୍ତି । ତେବେ ଏହି ଚଳଚ୍ଚିତ୍ର ଜୟପୁର ଓ ନବରଙ୍ଗପୁର ପ୍ରେକ୍ଷାଳୟରେ ଏହାର ଶୁଭ ପ୍ରୀମିୟର ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି ।