ପଦ୍ମପୁର ପଂଚାୟତ ସମିତି ବୈଠକରେ ଘୋର ଅବ୍ୟବସ୍ଥା

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୧/୦୮): ରାୟଗଡା ଜ଼ିଲ୍ଲାର ପଦ୍ମପୁର ପଂଚାୟତ ସମିତିର ସମିତି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ବ୍ଲକର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଦୀର୍ଘ ୧୦ମାସ ପରେ ଏହି ସମିତି ବୈଠକ ଅନୁଷ୍ଠିତ ହୋଇଥିଲା ଗତ ବର୍ଷ ଅକ୍ଟୋବର ୨୦୧୮ଶେଷ ଥର ପାଇଁ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା |

ଏହି ସମୟ ମଧ୍ୟରେ କୌଣସି ସମିତି ସଭ୍ୟ ବା ସଭ୍ୟା ଙ୍କୁ ନ ଜଣାଇ ବହୁତ କାମ ମାନ କରାଯାଇଥିବାରୁ ସେମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ | ଖାମପଦର ସମିତି ସଭ୍ୟା ଶ୍ରୀ ଗୋଦାବରୀ ରାଉତ ଓ ପଦ୍ମପୁର ସମିତି ସଭ୍ୟ ବିଦ୍ୟାଧର ଗୌଡ଼ ପଂଚାୟତ ସମିତିର ବିଭିନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ନ ଜଣାଇ କର୍ମଚାରୀ ମାନେ କାମ କରୁଥିବାରୁ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ସରକାରୀ ଅଧିକାରୀ ମାନେ ନିର୍ବାଚିତ ପଂଚାୟତ ସଭ୍ୟ ସଭ୍ୟାଙ୍କୁ ଅଣ ଦେଖା କରୁଥିବା ନେଇ ଅଭିଯୋଗ କରିଥିଲେ | ସମସ୍ତ ଲୋକପ୍ରତିନିଧିଙ୍କୁ ସମ୍ମାନ ଦେବା ସହିତ ପ୍ରତ୍ୟକ ଉନୟନ କାମ ବିଷୟ ରେ ସେମାନଙ୍କୁ ଜଣାଇବା ଦରକାର ବୋଲି ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ସମସ୍ତ ଅଧିକାରୀଙ୍କୁ କହିଥିଲେ | ଏହି ସମିତି ବୈଠକ ରେ ବ୍ଲକ ଅଧକ୍ଷ ଶ୍ରୀ ରମାକାନ୍ତ ମାଝୀ ସଭାପତିତ୍ବ କରିଥିଲେ | ମଞ୍ଚରେ ପଦ୍ମପୁର ଗୋଷ୍ଠି ଉନୟନ ଅଧିକାରୀ ଅଗସ୍ତି ପ୍ରଧାନ ବିଧାୟକ ଗୁଣୁପୁର ରଘୁନାଥ ଗମାଙ୍ଗ ବ୍ଲକ ଉପଧାକ୍ଷ ମଂଚାସୀନ ଥିଲେ | କୌତୁହଳ ବିଷୟ ଏହିକି ଯେ ଏହି ବୈଠକ ପାଇଁ କୋରାପୁଟ ଲୋକସଭା ସଂସାଦଙ୍କୁ ମଧ୍ୟ୍ୟ ନିମଂତ୍ରିତ କରାଯାଇଥିଲା କିନ୍ତୁ ସେ ଏହି ବୈଠକରେ ଯୋଗ ଦେଇ ପାରିନଥିଲେ |

ସାଂସଦ ଶ୍ରୀ ସପ୍ତଗିରି ଉଲାକା ତାଙ୍କ ପତ୍ର ନ ଏମ ପି /କେ ଓ ଆର /୧୭/୮୨ ତାରିଖ ୨୦.୦୮.୨୦୧୯ ଅନୁଯାଇ ବିଜୟ କୁମାର ଖାଡ଼ଙ୍ଗା ଙ୍କୁ ପି ଏମ ଏ ୟୁଆଈ ଜିର କାର୍ଯ୍ୟାଦେଶ ଏନ ଏଫ ବି ଏସ ହିତାଧିକାରୀଙ୍କୁ ବାଣ୍ଟିବା ନିମନ୍ତେ କେବଳ ଗୋଟିଏ ଦିନ ଏହି କାର୍ଯ୍ୟ ନିମନ୍ତେ ସାଂସଦ ନିଜର ପ୍ରତିନିଧି ରୂପେ ପଠାଇଥିଲେ କିନ୍ତୁ ସମିତି ବୈଠକ ପାଇଁ ନୁହେଁ ମାତ୍ର ତାଙ୍କୁ ବିଜୟ ଖାଡ଼ଙ୍ଗା ବାବୁଙ୍କୁ କିପରି ମଂଚାସୀନ କରାଗଲା ତାହା ହାସ୍ୟାସ୍ପଦ କଥା | ଠିକ ସେହିପରି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅସୀମା ରାଓ ବ୍ଲକ କାର୍ୟଳୟରେ ଉପସ୍ଥିତ ରହି ମଧ୍ୟ୍ୟ ସମିତି ବୈଠକରେ ଯୋଗ ଦେଇ ନ ଥିଲେ ତେଣୁ ଲୋକପ୍ରତିନିଧି ଓ ବିଧାୟକ ବିରକ୍ତ ପ୍ରକାଶ କରିଥିଲେ | ବୈଠକ ପୂର୍ବରୁ ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ପୂର୍ବ ସମିତି ବୈଠକରେ ସୁପାରିଶ କାର୍ଯ୍ୟ ମାନଙ୍କର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା କଥା କିନ୍ତୁ ଏହା କରାଯାଇନାହିଁ ସେଥିପାଇଁ ସମିତି ସଭ୍ୟ ସଭ୍ୟା ଅସନ୍ତୁଷ୍ଟ ପ୍ରକାଶ କରିଥିଲେ | ପଦ୍ମପୁର ଅଂଚଳରେ ୫ଲକ୍ଷ୍ୟ ଟଙ୍କା ଖର୍ଚ୍ଚରେ ଏକ ପାନୀୟ ଜଳ ଟ୍ୟାଙ୍କ କରାଯିବ କହିଥିଲେ | ଶିକ୍ଷକ ସ୍ବାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା ହୋଇଥିଲା | ଗ୍ରାମ ଅଂଚଳରେ କିପରି ମ୍ୟାଲେରିଆ ନ ବ୍ୟାପେ ସେଥିପାଇଁ ଦୃଷ୍ଟି ଦେବାକୁ ବିଧାୟକ ପରାମର୍ଶ ଦେଇଥିଲେ | ସ୍କୁଲ ମାନଙ୍କ ରେ ଶିକ୍ଷକ ନିଯୁକ୍ତି ପାଇଁ ବି ଇ ଓ ଙ୍କୁ କହିଥିଲେ | ଆଜିର ଏହି ବୈଠକରେ ସମସ୍ତ ସମିତି ସଭ୍ୟ ସଭ୍ୟା ସରପଞ୍ଚ ଉପସ୍ଥିତ ଥିଲେ ବିଭିନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜର ବିଭାଗର କାର୍ଯ୍ୟକ୍ରମ ବିଷୟର ଅବଗତ କରାଇଥିଲେ |

Comments are closed.