ବର୍ଣ୍ଣବୋଧ ପୋଡି ମାମଲା-ମିଥ୍ୟା କେସରେ ଗିରଫ ସାକେତଙ୍କ ମାମଲା ପ୍ରତ୍ୟାହାର ଦାବି

ରିପୋର୍ଟ: ରିଙ୍କୁ ସାହୁ
ଗାଇସିଲେଟ (୨୦/୦୮): ବର୍ଣ୍ଣବୋଧ ପୋଡି ମାମଲାରେ ଗିରଫ ହୋଇଥିବା ସାକେତ୍ ଶ୍ରୀ ଭୂଷଣ ସାହୁଙ୍କ ବିରୋଧରେ ମିଥ୍ୟା କେସ୍ ମାମଲା ପ୍ରତ୍ୟାହାର କରିବା ଦାବୀ ନେଇ ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀ ଯୁକ୍ତ ଅରବିନ୍ଦ ପଣ୍ଡାଙ୍କ ନେତୃତ୍ୱରେ କୋଶଳ ସେନା ଗାଇସିଲେଟ ଥାନା ସଂମ୍ମୁଖରେ ଧାରଣା ଦେବା ସହ ଭାର ପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ମୁର୍ମୁଙ୍କୁ ଭେଟି ଉକ୍ତ ଦାବୀପତ୍ର ଦେଇଛନ୍ତି ।

ଦାବୀପତ୍ରରେ ଉଲ୍ଲେଖ ଅଛି ଯେ ବିଶିଷ୍ଟ ଭାଷା କର୍ମୀ ସାକେତ୍ ଶ୍ରୀ ଭୂଷଣ ସାହୁ ଜଣେ ଭଦ୍ର ଓ ନମ୍ର ବ୍ୟକ୍ତି ତାଙ୍କ ବିରୁଦ୍ଧରେ ଯେଉଁ ଆରୋପ ଲଗାଯାଇଛି | ତାହା ଏକ ଷଡଯନ୍ତ୍ର ଏହା ଦ୍ଵାରା କୋଶଳୀ ଭାଷା ଆନ୍ଦୋଳନ ତଥା କୋଶଳ ରାଜ୍ୟ ଦାବୀକୁ ଭଣ୍ଡୁର କରିବା ଏକ ଅପଚେଷ୍ଟା ତଥା ତାଙ୍କୁ ବଦନାମ କରାଯାଇଛି । ତେଣୁ ତାଙ୍କ ବିରୁଦ୍ଧରେ ଲଗାଯାଇଥିବା ଉକ୍ତ କେସ୍ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବୀ ହୋଇଛି । ଏହି ରେଲିରେ ବିପୁଳ ମାତ୍ରାରେ ଯୋଗଦେଇଥିଲେ କୋଶଳ ସେନା ।

Comments are closed.