ବିଜେପି ନେତା ଙ୍କୁ ଗୁଳି କରି ନିର୍ମମ ହତ୍ୟା

0
142
ବିଜେପି ନେତା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଜୟପୁର, (୦୫/୦୯) : ଜଣେ ବିଜେପି ନେତା ଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି । ଗୋଟିଏ କି ଦୁଇଟି ନୁହଁ ୭ ରାଉଣ୍ଡ ଗୁଳି ଫୁଟାଇ ତାଙ୍କୁ ହତ୍ୟା କରାଯାଇଛି ।

ରାଜସ୍ଥାନ ର ଭରତପୁରରେ ଏହି ଅଭାବନୀୟ ଘଟଣା ଘଟିଛି । ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଆଇନଶୃଙ୍ଖଳା ପରିସ୍ଥତି ସୃଷ୍ଟି ହେବା ଆଶଙ୍କାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ରବିବାର ରାତିରେ ଏହି ଅପରାଧ ଘଟିଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ରାଜସ୍ଥାନ ର କିରପାଲ ସିଂହ ନାମକ ଜଣେ ବିଜେପି ନେତା ଙ୍କ ମୃତ୍ୟୁ ଘଟିଛି । ରବିବାର ରାତିରେ କିରପାଲ ସିଂହ ସର୍କିଟ ହାଉସରୁ ନିଜ ଘରକୁ କାରରେ ଯାଉଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ ।

ଦୁଇ ଦୁର୍ବୃତ୍ତ ଗାଡିରେ ଆସି ତାଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ । କିରପାଲ ସିଂହଙ୍କ ଉପରକୁ ପ୍ରାୟ ୭ ରାଉଣ୍ଡ ଗୁଳି ଚଳାଯାଇଥିବା ପୋଲିସ କହିଛି । ତାଙ୍କୁ ଆରବିଏମ ହସ୍ପିଟାଲ କୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ରାଜସ୍ଥାନ ଭରତପୁର ର ବିଜେପି ଏମପି ଥିବା ରଞ୍ଜତା କୋଲିଙ୍କ ଘନିଷ୍ଟ ସହଯୋଗୀ ହେଉଛନ୍ତି କିରପାଲ ସିଂହ ।

ସିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରଯାଇଅଛି । ହେଲେ ସେମାନଙ୍କୁ ଗିରଫ କରାଯାଇ ନାହିଁ । ଗ୍ୟାଙ୍ଗ ୱାରକୁ ନେଇ ଏହି ଗୁଳି କାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରୁଛି । ଗତକାଲି ଠାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ପୁଲିସ ସର୍ଚ୍ଚ ଅପରେଶନ ଜାରି ରଖିଛି ।