ବନ୍ୟାଞ୍ଚଳ ପ୍ରଦର୍ଶନ କଲେ ବାଲିଗୁଡା ବିଧାୟକ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୨୦/୮/୧୯): ଗତ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ନିର୍ବାଚନ ମଣ୍ଡଳୀର ତୁମୁଡିବନ୍ଧ ବ୍ଳକର ବିଲମାଳ ଏବଂ ବାଲିଗୁଡା ବ୍ଳକର ଲଣ୍ଡାଗାଁର ବିଭିନ୍ନ ଗାଁରେ ବନ୍ୟାରେ ଚାଷ ଜମିରେ ବାଲିଚର ପସିଛି ଏବଂ ବ୍ୟାପକ କ୍ଷୟକ୍ଷତି ଘଟିବା ସହିତ ଝାଟିମାଟି ଘର ମାଟିରେ ମିଶିଯାଇଛି କିନ୍ତୁ ଅଦ୍ୟାବଧି ରାଜସ୍ବ ବିଭାଗର ଅଧିକାରୀ ଯାଉନଥିବା ଅଭିଯୋଗ ହେଉଛି ।

ରବିବାର ଦିନ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଲଣ୍ଡାଗାଁ ଗ୍ରାମପଞ୍ଚାୟତ ଓ ବିଲମାଳ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ ପଞ୍ଚାୟତ ଗସ୍ତକରି ବନ୍ୟାପ୍ରପୀଡିତଙ୍କୁ ଭେଟିଥିଲେ । ଗ୍ରାମବାସୀ କୌଣସି ସରକାରୀ କର୍ମଚାରୀ ଓ ରାଜସ୍ୱ ବିଭାଗ ଏବଂ ବ୍ଳକ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକମାନଙ୍କୁ କୌଣସି ସରକାରୀ ସାହାଯ୍ୟ ଓ ସହଯୋଗ କରୁ ନ ଥିବା ଅଭିଯୋଗ ପରେ ଉଦ୍ ବେଗ ପ୍ରକାଶ କରିଛନ୍ତି | ଏନେଇ ବାଲିଗୁଡା ବିଧାୟକ ଚକ୍ରମଣି କହଁର କହିଛନ୍ତି ଯେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଖୁବ୍ ଶିଘ୍ର ବନ୍ୟାପ୍ରପୀଡିତଙ୍କୁ ସରକାରୀ ସାହାଯ୍ୟ ଯୋଗାଇବାରେ ବ୍ୟବସ୍ଥା କରାଯିବ।

Comments are closed.