ନିମ୍ନ ମାନର କାମ ଯୋଗୁଁ ବର୍ଷେ ନ ପୁରୁଣୁ ଗୁଣୁପୁର-ଗାଦିଆଖଳା ରାସ୍ତା ଖରାପ

ରିପୋର୍ଟ: ପ୍ରଦୀପ ପାତ୍ର
ଗୁଣୁପୁର(୨୦/୦୮): କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି, ଗ୍ରାମର ବିକାଶ ହେଲେ ଦେଶର ବିକାଶ ହେବ ବୋଲି କହୁଥିବା ବେଳେ ବହୁତ ନିମ୍ନ ମାନର କାମ କଣ୍ଟ୍ରାକ୍ଟର ମାନେ କରୁଥିବା ବେଳେ ବିଲ କିପରି ଅନୁମୋଦନ ହେଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କୋଟି କୋଟି ଟଙ୍କା ବ୍ୟୟରେ ବିନା ସୂଚନା ଫଳକରେ ବହୁତ ନିମ୍ନମାନର କାମରେ ତିଆରି ହୋଇଛି ଗୁଣୁପୁର-ଗାଦିଆଖଳା ରାସ୍ତା । ବର୍ଷେ ନ ପୁରୁଣୁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି,ତ କେତେ ରାସ୍ତାରେ ଦବି ଯାଇଛି, ଯାହା ଦ୍ଵାରା ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ରାୟଗଡା ଜିଲ୍ଲା ଓ ଗଜପତି ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାରେ ୮-୧୦ଟି ଗ୍ରାମର ୫ରୁ ୧୦ହଜାର ଲୋକେ ବସବାସ କରନ୍ତି । ଗୁଣୁପୁର-ଗାଦିଆଖଳା ରାସ୍ତାରେ ପ୍ରତିଦିନ ସେହି ରାସ୍ତାଦେଇ ସହସ୍ରାଧିକ ଲୋକ ଯିବାଆସିବା କରୁଥିବା ବେଳେ, ରୋଗୀମାନେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭରସା କରିଥାନ୍ତି ଓ ଗୁଣୁପୁର ସହରକୁ ଏହି ଅଞ୍ଚଳବାସି ପନିପରିବା ଯୋଗାଇ ନିଜ ବ୍ୟବସାୟ କରିଥାନ୍ତି | ଏହିପରି ନିମ୍ନ ମାନର କାମ ବାରମ୍ବାର ହେଉଥିବା ଯୋଗୁଁ ଲୋକମାନେ ହଇରାଣ ହେଉଛନ୍ତି, ତେଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ରାଜରାସ୍ତା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।

Comments are closed.