Advertisements
Tuesday, July 7, 2020
Home Business & Private ବନ୍ୟା ପ୍ରଭାବିତ ତେଣ୍ଡିପାଲି ଗାଁରେ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ରିଲିଫ ବଣ୍ଟନ

ବନ୍ୟା ପ୍ରଭାବିତ ତେଣ୍ଡିପାଲି ଗାଁରେ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ରିଲିଫ ବଣ୍ଟନ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୨୦/୦୮): ବଲାଂଗୀର ଜିଲ୍ଲା ପୁଇଁତଲା ବ୍ଲକ ଛତାପିପଲ ପଂଚାୟତର ତେଣ୍ଡିପାଲି ଗ୍ରାମ ଗତ ବନ୍ୟାରେ ବ୍ୟାପକ ପ୍ରଭାବିତ ହୋଇଥିଲା । ଗ୍ରାମର ଶତାଧିକ ଏକର ଚାଷଜମି ବାଲିଚର ହୋଇଯିବା ସହିତ ବହୁ ବ୍ୟକ୍ତିଙ୍କ ବାସଗୃହ ପ୍ରବଳ ବର୍ଷାରେ ଭାଙ୍ଗି ଯାଇଥିଲା ।

ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଳିଙ୍ଗ ମଧ୍ୟ ଏହି ଗ୍ରାମ ପରିଦର୍ଶନ କରି ଆବଶ୍ୟକ ସହାୟତା ପ୍ରଦାନ କରାଯିବା ସକାଶେ ପ୍ରତିଶ୍ରୁତି ଦେଇଥିଲେ । ତେବେ ଆଜି ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ ଆସୋସିଏସନ ତରଫରୁ ବନ୍ୟା ପ୍ରଭାବିତ ତେଣ୍ଡିପାଲି ଗ୍ରାମବାସୀଙ୍କୁ ଅତ୍ୟାବଶ୍ୟକୀୟ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି । ପୁଇଁତଲା ବିଡ଼ିଓ ଉପେନ୍ଦ୍ର ମାଝୀଙ୍କ ଉପସ୍ଥିତିରେ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ ଆସୋସିଏସନ ର ସଭାପତି ସ୍ମୃତିରଞ୍ଜନ ସାହୁ, ସାଧାରଣ ସମ୍ପାଦକ କମଲଜିତ ମହାପାତ୍ର, ଉପ ସଭାପତି ପ୍ରଭାତ କୁମାର ପଧାନ, ବରିଷ୍ଠ ଅଧିକାରୀ ସିଦ୍ଧାର୍ଥ ବେହେରା, ସୁମନ୍ତ ପୁଟେଲ ପ୍ରମୁଖ ଗ୍ରାମର ୯୩ ପରିବାରକୁ ପଲିଥିନ, ସୋଲାର ଟର୍ଚ୍ଚ, ମଶାରୀ, ବିସ୍କୁଟ ଓ ପାଣି ବୋତଲ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ଜୋନର ବିଭିନ୍ନ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ - ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ...

ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ପରେ କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୦୫/୦୭): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ,...

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

ଖାଁ ଖାଁ ଲାଗୁଛି ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠ , କୋରାପୁଟ

ରିପୋର୍ଟ: ଏନ. ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ଚଳିତ ବର୍ଷ ଅଦୃଶ୍ୟ କରୋନା ମହାମାରୀ ଦୁନିଆକୁ କବଳିତ କରିଛି l ଏହି ସମୟରେ ମନ୍ଦିର ଗୁଡ଼ିକରେ ଭିଡ଼ ଲାଗିଲେ...

Recent Comments

%d bloggers like this: