ମାଁ ବନଦୁର୍ଗା ଙ୍କ ବାର୍ଷିକ ମହୋତ୍ସବ

0
121
ମାଁ ବନଦୁର୍ଗା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୩/୮) : ହରଭଙ୍ଗା ବ୍ଲକ ଆଡେଣୀଗଡ ପଞ୍ଚାୟତ ମାଧପୁର ରାଣୀଗଞ୍ଜ ଜାତୀୟ ରାଜପଥ ୫୭ କଡରେ ଥିବା ମାଁ ବନଦୁର୍ଗା ଙ୍କ ମକର ବାର୍ଷିକ ଉତ୍ସବ ଯଥାରିତିରେ ମହାଡମ୍ବରରେ ପାଳିତ ହୋଇଯାଇଛି ।

ଯାହାକି ଏହି ମନ୍ଦିର ଦୀର୍ଘ ବର୍ଷ ହେଲା ପୂଜା ପାଇ ଭକ୍ତଙ୍କ ଡାକ ଶୁଣୁଥିବା ବେଳେ ଗତବର୍ଷ ଏହି ଦିନରେ ମାଁ ବନଦୁର୍ଗା ଙ୍କ ବିଘ୍ନ ମୁର୍ତ୍ତି କୁ ଜୀବନ୍ୟାସ କରି ପ୍ରତିଷ୍ଠା କରାଯାଇଥିଲା । କଥିତ ଅଛି ଏଠାରେ ମାଁ ଜଣେ ଭକ୍ତଙ୍କୁ ସ୍ୱପ୍ନାଦେଶ ଦେଇ ଦେଖାଦେଲା ପରେ ସେହି ଦିନ ଠାରୁ ଏଠାରେ ମାଁ ବନଦୁର୍ଗା ନାମରେ ପୂଜା ପାଇଆସୁଛନ୍ତି । ପୁଣି ଏଠାରେ ମହାଦେବଙ୍କ ମନ୍ଦିର, ହନୁମାନ ମନ୍ଦିର ସ୍ଥାପନ କରାଯାଇଅଛି ଓ ଭଗବାନ ଦ୍ୱୟ ଏଠାରେ ପୂଜା ପାଇଆସୁଛନ୍ତି ।

ଆଜି ଏଠାରେ ମାଁ ଙ୍କ ଜନ୍ମ ବାର୍ଷିକ ହୋମ ଯଜ୍ଞ, ନାମ ସଂକୀର୍ତ୍ତନରେ କମ୍ପିଉଠୁଥିଲା । ଏହି ଯଜ୍ଞରେ ଯଜ୍ଞପୁରୋହିତ ଭାବେ ପଣ୍ଡିତ ଜଗବନ୍ଧୁ ଦାସ ପରିଚାଳିତ କରିଥିଲେ । ସେ କନ୍ଧମାଳ ଜିଲ୍ଲା ଚକାପାଦ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଆସି ଯଜ୍ଞକର୍ମ ସମ୍ପାଦନ କରିଥିଲେ । କର୍ତ୍ତା ଭାବେ କୃଷ୍ଣ ଗୁରୁଙ୍କ ସହ ଧର୍ମ ପତ୍ନୀ କର୍ତ୍ତା ଭାବେ ସମ୍ପାଦନ କରିଥିଲେ । ସେ ମଧ୍ୟ ମାଁ ବନଦୁର୍ଗା ମନ୍ଦିର କୁ ଦୀର୍ଘ ଦିନ ହେବ ପୂଜାରୀ ଭାବେ ପୂଜାକାମ କରିଆସୁଛନ୍ତି ।

ଏହି କାର୍ଯ୍ୟକ୍ରମକୁ ଅଞ୍ଚଳରେ ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିଥିବାବେଳେ ଜନ୍ମେଜୟ ପ୍ରଧାନ, ଶେଷଦେବ ସାହୁ, ପ୍ରତାପ ସାହୁ, ବ୍ରହ୍ମ କୁମାରୀ ବେଉରା, ଲାଭ ବାଘ, ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଆଖପାଖ ରୁ ବହୁ ମହିଳା ନାମ ସଂକୀର୍ତ୍ତନରେ ଯୋଗଦେଇଥିଲେ ।