ଦାଦନ ଶ୍ରମିକ ଅଜଣା ରୋଗରେ ପୀଡିତ, ଅର୍ଥ ସାଜିଛି ବାଧକ, ଗୋଟିଏ ଘରେ ଦୁଇ ଭାଇ ଭଉଣୀ ବିକଳାଙ୍ଗ

ରିପୋର୍ଟ-ଭୋଜରାଜ ବାରିହା
ଖପ୍ରାଖୋଲ(୨୦/୦୮): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାଗଝରଣ ଗାଁରେ ଏମିତି ଏକ ଦୁଃଖଦ ଛବି ଦେଖିବକୁ ମିଳିଛି । ଯାହାକି କାହାରି ଦୃଷ୍ଟିକୁ ଆସିନାହିଁ | ନିଜ ପରିବାର ଚଳାଇବା ପାଇଁ ବିଦେଶ ଯାଇ ଇଟା କାମ କରି ଦୁଇ ପଇସା ରୋଜଗାର କରୁଥିଲେ ପୁରୁଷୋତ୍ତମ ଭୋଇ |

ବର୍ତ୍ତମାନ ପୁରୁଷୋତ୍ତମ ସଂପୂର୍ଣ୍ଣ ବିକଲାଙ୍ଗ, ତା ସହିତ ତାର ବଡ଼ ଭଉଣୀ ପଦ୍ମିନୀ ଭୋଇ ମଧ୍ୟ ସଂପୂର୍ଣ୍ଣ ବିକଳାଙ୍ଗ । ଗାଧୋଇବା,ଏଠିସେଠୀକୁ ନେବା ତାଙ୍କର ଏକ ମାତ୍ର ସହାରା ନିଜ ବାପା ସମାରୁ ଭୋଇ | ଯାହାର ଜମି ଏକ ଏକର, ଖାଇବା ପାଇଁ ରାସନ କାର୍ଡ଼ରେ ଯାହା ମିଳିଛି ସେଥିରେ ପରିବାର ଚଳାଇଛନ୍ତି ସମାରୁ ଭୋଇ | ନିଜ ପୁଅ ପୁରୁଷୋତ୍ତମ ଓ ନିଜ ଝିଅ ପଦ୍ମିନୀକୁ ଠିକ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ତିନି ଲକ୍ଷରୁ ଅଧିକ ଖର୍ଚ୍ଚ କରିସାରିଲେଣି | ନିଜ ବାସନ ଗହଣା ବିକ୍ରି କରି ଚିକିତ୍ସା କରୁଛନ୍ତି । ବେଙ୍ଗଳୁରୁ,ବୁର୍ଲା, ବଲାଙ୍ଗୀର ହସ୍ପିଟାଲ ଦୌଡ଼ି ଦୌଡ଼ି ବର୍ତ୍ତମାନ ଅର୍ଥ ଶୂନ୍ୟ | କୌଣସି ଡକ୍ଟର କହିପାରୁ ନାହିଁ ରୋଗର କାରଣ । ରୋଗୀର ବାପା ସାମାରୁ ସରକାରକୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ନେହୁରା ହେଉଛନ୍ତି ।ପ୍ରଶାସନ ଦୃଷ୍ଟି ଦେବା ପାଇଁ ଗ୍ରାମବାସି ନିବେଦନ କରିଛନ୍ତି ।

Comments are closed.