ବଲାଙ୍ଗୀର କୁଲତା ସମାଜ ର ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ

0
204
ବଲାଙ୍ଗୀର କୁଲତା ସମାଜ ର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୪/୦୯) : ରବିବାର ସକାଳ ଘ. ୯ ସମୟରେ ସ୍ଥାନୀୟ ଅଗ୍ରସେନ ଭବନଠାରେ ବଲାଙ୍ଗୀର କୁଲତା ସମାଜ ର ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଇଷ୍ଟଦେବୀ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡିଙ୍କର ପୂଜାର୍ଚ୍ଚନା ପରେ ଦିବଙ୍ଗତ ଆତ୍ମା ର ସଦ୍‌ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।20220904 131557 ବଲାଙ୍ଗୀର କୁଲତା ସମାଜ ର ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ

ମୁଖ୍ୟ ଅତିଥି ଭାବରେ ଦେବକୀ ସାହୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବଲାଙ୍ଗୀର, ସମ୍ମାନିତ ଅତିଥି ଭାବରେ ସରୋଜ କୁମାର ପଧାନ ବ୍ଲକ ଅଧ୍ୟକ୍ଷ ପୁଇଁନ୍ତଲା ବ୍ଲକ ଯୋଗଦାନ କରି ବଲାଙ୍ଗୀର କୁଲତା ସମାଜ ର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ର ଶୋଭାବର୍ଦ୍ଧନ କରିଥିଲେ । ସମ୍ପାଦକ ଶାନ୍ତନୁ କୁମାର ଭୋଇ ତାଙ୍କର ସମ୍ପାଦକୀୟ ଅଭିଭାଷଣ ପରେ ପରେ ମାଟ୍ରିକ ପରିକ୍ଷାରେ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ୧୧ ଜଣ କୃତି ଛାତ୍ର ଛାତ୍ରୀ, ଯୁକ୍ତ ଦୁଇ ପରୀକ୍ଷାରେ ୮୦ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଥିବା ୪ ଜଣ ଛାତ୍ର ଛାତ୍ରୀ ତଥା ମେଡିକାଲ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଥିବା ଜଣେ ଛାତ୍ରଙ୍କୁ ସମାଜ ତରଫରୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜରେ ରହୁଥିବା ୭୫ ବର୍ଷରୁ ଅଧିକ ବ୍ୟକ୍ତି ଦେଶର ଅମୃତ ମହୋତ୍ସବ ଅବସରରେ ବିଶେଷ ଭାବରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାହାସ ବିହାରୀ ମାଝୀଙ୍କୁ ପ୍ରେରଣା ସମ୍ମାନ, ସୁଦର୍ଶନ ସାହୁ, ଯୁବ ସଂଯୋଜକ କୁଲତା ସମାଜ ବଲାଙ୍ଗିରଙ୍କୁ ଯୁବ ପ୍ରତିଭା ସମ୍ମାନ ଏବଂ ଶେଷ କୃଷ୍ଣ ବାରିକଙ୍କୁ ବରିଷ୍ଟ ସେବା ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।20220904 145101 ବଲାଙ୍ଗୀର କୁଲତା ସମାଜ ର ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ

ଶଙ୍କର କୁମାର ପାତ୍ର ଜାତି ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ଦେଲା ପରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ତଥା ସଭାପତି ସୁରଥ ପଧାନ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଉପ-ସଭାପତି ଶାନ୍ତନୁ କୁମାର ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ସମସ୍ତଙ୍କ ଅଭିଭାଷଣ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । କୁନି କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିକାର ନୂଆଁଖାଇ ଭେଟ୍‌ ଅବସରରେ ବଲାଙ୍ଗୀର ସହରାଞ୍ଚଳ କୁଲତା ପରିବାର ଅଂଶଗ୍ରହଣ କରିଥିବା ବେଳେ ଅନ୍ୟୁନ ୧୪୦୦ ଲୋକ ଅଂଶଗ୍ରହଣ କରିଥିଲେ ।

ସଭାକୁ ପରିଚାଳନା କରିଥିଲେ ମଧୁ ସାହୁ ଏବଂ କୁମାରୀ ଆରସ୍ମିକା ପ୍ରଧାନ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସୁଧୀର କୁମାର ଭୋଇ, ରାମଚନ୍ଦ୍ର ଭୋଇ, ସୁଦର୍ଶନ ସାହୁ, ସୁନିଲ କୁମାର ମାଝୀ, କୋଷାଧ୍ୟକ୍ଷ ଗୋବର୍ଦ୍ଧନ ପ୍ରଧାନ, ରୋହିମ ସାହୁ, ବିଦେଶୀ ପଧାନ, ସଞ୍ଜୟ ଶେଖର ଭୋଇ, ଲକ୍ଷ୍ମଣ ବିଶ୍ୱାଳ, ନେତ୍ରାନନ୍ଦ ପଧାନ, ଆକାଶ ରଞ୍ଜନ ପଧାନ, ଲଳିତ ପଧାନ, ଦେବେନ୍ଦ୍ର ଗଡତ୍ୟା, ଅଜିତ କୁମାର ଭୋଇ ।