ଭାରତ ସ୍ୱାଧୀନର ୭୩ବର୍ଷ ପରେ ପ୍ରଥମ ବିଧାୟକ ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ନୂଆଗଡ ଓ ଗୁଲୁଗୁଡା ପଂଚାୟତ ଗସ୍ତ

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୯/୦୮): ଗୁଣୁପୁର ବିଧାୟକ ଆଜି ପଦ୍ମପୁର ବ୍ଲକର ନୂଆଗଡ ଓ ଗୁଳୁଗୁଡା ପଂଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହିତ ଅଂଚଳର ସମସ୍ୟା ସାଙ୍ଗକୁ ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ | ବିଧାୟକ ପ୍ରଥମେ ନୂଆଗଡ ଗ୍ରାମପଞ୍ଚାୟତ କାର୍ୟଳୟ ପରିଦର୍ଶନ କରିଥିଲେ |

ସରପଞ୍ଚ ଶ୍ରୀ ସୁରେଶ ପୋଡାଗଣ୍ଡ ଓ ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ବଳରାମ ନାୟକଙ୍କୁ ପଂଚାୟତର କାର୍ଯ୍ୟକ୍ରମ କିପରି ଚାଲିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବାର୍ଦ୍ଧକ୍ୟ ଭତା କିପରି ଚାଲିଛି ପଚାରି ବୁଝିଥିଲେ | ପରେ ନାରାୟଣପୁର ଗ୍ରାମକୁ ଯାଇ ବହୁ ବର୍ଷ ପୂର୍ବେ ନକ୍ସଲ ଗୁଳିରେ ନିହତ ମାଧବଙ୍କ ଘରକୁ ଯାଇ ସ୍ବର୍ଗତ ମାଧବଙ୍କ ଜେଜେମାଙ୍କୁ ଭେଟି କିଛି ସମୟ ତାଙ୍କର ଘରେ ବିତାଇଥିଲେ | ନୂଆଗଡ ପଂଚାୟତର ବିଅରମା ଗାଁକୁ ସଂଯୋଗ କରୁଥିବା ନାଳକୁ ବୁଲି ଦେଖିଥିଲେ | ସେହି ନାଳରେ ଏକ ସେତୁ ନିର୍ମାଣ ପାଇଁ ବ୍ଲକ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ | ତାହା ସହିତ ମୁଣ୍ଡଉଳପଦର ଗାଁ କୁ ଯାଇଥିଲେ | ନାରାୟଣପୁର ପୁର ଠାରେ ଅବସ୍ଥିତ ଆଇ ଟି ଡି ଏ ଦ୍ୱାରା ପରିଚାଳିତ ହଷ୍ଟେଲକୁ ବୁଲି ଦେଖିଥିଲେ | ପିଲାମାନେ କିପରି ଭାବେ ରହୁଛନ୍ତି ଓ ସେମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ହଷ୍ଟେଲ ସୁପେରିଟେଣ୍ଡେଣ୍ଟ ତଥା ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଲାବଲା ଙ୍କୁ ପଚାରି ବୁଝିଥିଲେ | ହଷ୍ଟେଲ ପରିଷର ମଧ୍ୟରେ ପନିପରିବା ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ |

ଠିକ ସେହିପରି ପାଜିଲିବନ୍ଧ ଠାରେ ଅବସ୍ଥିତ ମଙ୍ଗଳ ବିଭାଗ ଆଶ୍ରମ ସ୍କୁଲ ଛାତ୍ରୀ ଓ ଛାତ୍ର ନିବାସ ବୁଲି ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଥିଲେ | ଅନ୍ତେବାସୀ ଛାତ୍ର ଛତ୍ରୀଙ୍କୁ ସେମାନଙ୍କ ଖାଦ୍ୟ ପେୟ ଓ ପଢ଼ା ପାଢ଼ୀ ସମ୍ପର୍କରେ ପଚାରି ବୁଝିଥିଲେ | ସେଠାର ପରିବେଶ ପରିଷ୍କାର ପରିଚ୍ଛନ୍ନ ଦେଖି ବହୁତ ଖୁସି ହୋଇଥିଲେ | ପ୍ରଧାନ ଶିକ୍ଷକ ତଥା ହଷ୍ଟେଲ ସୁପେରିଟେଣ୍ଡେଣ୍ଟ ନରେନ୍ଦ୍ର ନାଥ ନିମକାଙ୍କୁ ପ୍ରଶଂସା କରିବା ସହିତ ଛାତ୍ର ଛାତ୍ରୀ ଙ୍କୁ ସାଧାରଣ ଜ୍ଞାନ ବିଷୟରେ ଶିକ୍ଷା ଦେବା ନିମନ୍ତେ ପରାମର୍ଶ ଦେଇଥିଲେ | ଗୁଳୁଗୁଡା ହଷ୍ଟେଲର ଛାତ୍ର କିପରି ରହୁଛନ୍ତି ଦେଖିବା ପାଇଁ ଯିବା ସମୟରେ ଅନ୍ତେବାସୀ ଛାତ୍ରଙ୍କୁ ଭାରତ କେବେ ସ୍ୱାଧୀନ ହୋଇଥିଲା ବୋଲି ପଚାରି ବୁଝିଥିଲେ କିନ୍ତୁ କୌଣସି ଛାତ୍ର ଏହାର ଉତ୍ତର ଦେଇପାରିନଥିଲେ ସେଥିପାଇଁ ବିଧାୟକ ଶିକ୍ଷକଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ | ଗୁଳୁଗୁଡା ଗାଁ କୁ ଯାଇ ସେଠାର ଲୋକଙ୍କୁ ମିଶି ଥିଲେ ସମସ୍ୟା ସମ୍ପର୍କ ରେ ପଚାରି ବୁଝିଥିଲେ ବିଧାୟକଙ୍କ ଏହି ଗସ୍ତ ସମୟରେ ପଦ୍ମପୁର ବ୍ଲକର ପୂର୍ବତନ ଉପାଦକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଗୋଦାବରୀ ରାଉତ ପଦ୍ମପୁର ବିଜେଡି ସଭାପତି ମଣ୍ଟୁ ଆଚାର୍ଯ୍ୟ ବ୍ଲକର ପୂର୍ବତନ ଅଧକ୍ଷ କୈଳାଶ ପ୍ରାସ୍କା ତେମ୍ବାଗୁଡା ସମିତି ସଭ୍ୟ ଉମାକାନ୍ତ ମାଦଳା ଗୁଳୁଗୁଡା ସରପଞ୍ଚ ଶ୍ରୀମତୀ କିସ୍ତାନୀ ମାଝୀ ଭୂଷଣ ଦଳପତି ଖାମପଦର ଗ୍ରାମର ବୁଢ଼ା ଓ ବହୁ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ |

ସ୍ୱାଧୀନତାର ୭୩ବର୍ଷ ପରେ ନିର୍ବାଚିତ ବିଧାୟକଙ୍କୁ ଏହା ହେଉଛି ପ୍ରଥମ ପରିଦର୍ଶନ ନିର୍ବାଚନ ସମୟରେ ପ୍ରଚାର ପାଇଁ ବିଧାୟକ ମାନେ ଏହି ଅଂଚଳ କୁ ନିର୍ବାଚନ ପ୍ରଚାର ପାଇଁ ଯାଇଛନ୍ତି କିନ୍ତୁ ନିର୍ବାଚନରେ ବିଜୟ ପରେ ପ୍ରଥମ କରି ଶ୍ରୀ ରଘୁନାଥ ଗମାଙ୍ଗ ପ୍ରଥମ ବିଧାୟକ ଏହି ଅଂଚଳ ବୁଲିବାକୁ ଯାଇ ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ | ବିଧାୟକଙ୍କୁ ନିଜ ଅଂଚଳରେ ପାଇଁ ଲୋକେ ବହୁତ ଆନନ୍ଦରେ ବିଭୋର ହୋଇଥିଲେ |

Comments are closed.