ସ୍ୱାଭିମାନ ଦିବସ ଉପଲକ୍ଷେ ଗୁଣୁପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୦/୦୮/୨୦୧୯): ଯୁବ ସ୍ୱାଭିମାନ ଦିବସ ଅବସରରେ ସମ୍ବାଦ-ଆମ ଓଡିଶା ଓ ସିଆରପିଏଫ ମିିଳିତ ଆନୁକୁଲ୍ୟରେ ରାୟଗଡାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଆରପିଏଫ କ୍ୟାମ୍ପସରେ ଅନୁଷ୍ଠିତ ଶିବିରରୁ ୭୨ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

ସିଆରପିଏଫ ୪ର୍ଥ ବାୟାଲିୟନ୍ କମାଣ୍ଡେଂଟ ଓାଇ.କ.ରାଜପୁତ, ସେକେଣ୍ଡ ଇନ କମାଣ୍ଡାଣ୍ଟ ମିତୁ ରାୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥି ଭାବେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ  ସୁମନ କୁମାର ମିଶ୍ର ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ସିଆରପିଏଫ, ବିଏସଏଫ ଯବାନଙ୍କ ସହ ରାୟଗଡା ଅଗ୍ନିଶମ, ସବ-ଜେଲ କତୃପକ୍ଷ, ରାଧାକ୍ରିଷ୍ଣା ଆସୋସିଏଟସ, ବଟପନ ଏକାଡେମିକ ହାଇଟସ କର୍ମକର୍ତା ଯୋଗଦେଇ ରକ୍ତଦାନ କରିଥିଲେ । ପ୍ରବଳ ବର୍ଷା ସତ୍ୱେ ଶିବିରରେ ରକ୍ତଦାନ କରିବା ପାଇଁ ଯବାନ ଓ ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଶିବିରକୁ ସମ୍ବାଦ-ଆମ ଓଡିଶାର ରାୟଗଡା ଜିଲ୍ଲା ପ୍ରତିନିଧି ନବୀନ ଚନ୍ଦ୍ର ସାହୁ, ସିଆରପିଏଫ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ମହାନ୍ତି, ସୁରେନ୍ଦ୍ର କୁମାର ପଣ୍ଡା, ରାଧାକ୍ରିଷ୍ଣା ଆସୋସିଏଟସ୍ ମୁଖୟ ଜି.ମଧୁସୂଦନ ପରିଚାଳନା କରିଥିଲେ । ରାୟଗଡା ରକ୍ତ ଭଣ୍ଡାର ଅଧିକାରୀ ଡା ଏମ.ଏ.ମଜିଦ, ଲ୍ୟାବ ଟେକ୍ନିସିଆନ ବି କିଶୋର କୁମାର, ସରୋଜକାନ୍ତ ଆଚାର୍ଯ୍ୟ , ଦିବ୍ୟ କରଣ , ଉମାକାନ୍ତ ମିଶ୍ର, ରୀତା ସିକ, ଶଙ୍କର ତାଡିଙ୍ଗି, ମର୍ଦରାଜ ମାଝୀ, ପ୍ରିୟଙ୍କା ସାମଲ, ପ୍ରଭାସିନୀ ନାୟକ, ରିଙ୍କି ରାୟ ଶିବିରରେ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ  ସଂଗ୍ରହ କରିଥିଲେ |

ଠିକ ସେହିପରି ମହର୍ଷି ବିଜ୍ଞାନ ମହାବିଦ୍ୟାଳୟ ଗୁଣପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ଠାରୁ ସମୁଦାୟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭାରେ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି,ଡ଼ଃ ସୂର୍ଯ୍ୟ ନାରାୟଣ ପଣ୍ଡା ମୁଖ୍ୟ ବକ୍ତା,ସମ୍ମାନୀତ ଅତିଥି ଭାବେ ସୂର୍ଯ୍ୟ ନାରାୟଣ ରଥ ଏବଂ ଡଃ. ଲକ୍ଷ୍ମଣ ପାତ୍ର ଯୋଗ ଦେଇ ରକ୍ତ ଦାନର ମହାନତା ନେଇ ନିଜସ୍ୱ ମତ ବ୍ୟକ୍ତ କରିଥିଲେ । ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା କରାଯାଇଥିବା ରକ୍ତଦାନ ପ୍ରକ୍ରିୟାକୁ ଉତ୍ସାହିତ କରିବାକୁ ଯାଇ ଗୁଣପୁର ବିଧାୟକ ଶ୍ରୀ. ଗମାଙ୍ଗ ନିଜ ନିର୍ବାଚନ ମଣ୍ଡଳୀରେ ସମସ୍ତ ବ୍ଲକରେ ଆଗାମୀ ଦିନରେ ଏଭଳି ରକ୍ତ ଦାନ ଶିବିରର ଆୟୋଜନ କରାଇ ଗୁଣପୁର ରକ୍ତ ସଂଗ୍ରହାଳୟକୁ ପଠାଇ ରୋଗୀଙ୍କ ଆବଶ୍ୟକ ରକ୍ତ ଅଭାବତା ଦୂର କରିବାରେ ପ୍ରୟାସ କରିବେ ବୋଲି ପ୍ରକାଶ କରିଛନ୍ତି । ଏଥିରେ ସ୍ଥାନୀୟ ଚିକିତ୍ସାଳୟର ଡାକ୍ତର ଶ୍ରୀ ଲକ୍ଷ୍ମୀ ପାତ୍ର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଣବ ପଟ୍ଟନାୟକ ଏହି ସଭା କାର୍ଯ୍ୟ ପରିଚାଳନା କରିଥିଲେ । ରକ୍ତ ସଂଗ୍ରହ କାର୍ଯ୍ୟରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟର କର୍ମୀ ସୁରୁଚି ପାତ୍ର ଓ ଆନନ୍ଦ ରାଓ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ କମିଟିର ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ, ପରିଚାଳନା ନିର୍ଦ୍ଦେଶକ ଲୋକନାଥ ମିଶ୍ର ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏବଂ ସ୍ଥାନୀୟ ଶିକ୍ଷାବିତ ଏଲ୍. ଲକ୍ଷ୍ମୀନାରାୟଣା, ବୁଦ୍ଧୀ ଯିବି ଦେବୀ ଆଚାର୍ଯ୍ୟ, ପଞ୍ଚାନନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.