ପଣ୍ଡରାଣୀରେ ଝୁଲଣ ଯାତ୍ରା

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୧୮/୦୮): ଲୋଇସିଂହା ବ୍ଲକ ଅନ୍ତର୍ଗତ ପଣ୍ଡରାଣୀ ଗ୍ରାମ ଅଭିରାମ ଭକ୍ତ ଗୋଷ୍ଠୀ ଆନୁକୂଲ୍ୟରେ ଜଗଦଗୁରୁ ଅଭିରାମ ପରମହଂସ ଦେବଙ୍କ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଶ୍ରାବଣ ଶୁକ୍ଳ ନବମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆୟୋଜିତ ଏହି ଝୁଲଣ ଯାତ୍ରାରେ ଶତାଧିକ ଅଭିରାମ ଭକ୍ତ ଯୋଗଦେଇ ଥିଲେ । ପ୍ରତ୍ୟହ ସକାଳୁ ଠାକୁରଙ୍କ ପୂଜାର୍ଚ୍ଚନା କରାଯିବା ସହିତ ସନ୍ଧ୍ୟାରେ ଝୁଲଣ ଯାତ୍ରା ହେଉଥିଲା । ଏହି ଅବସରରେ ପ୍ରତ୍ୟହ ଅନ୍ନଯଜ୍ଞ, ଜ୍ଞାନଯଜ୍ଞ, ଘୃତଯଜ୍ଞ ତଥା ଭଜନ କୀର୍ତ୍ତନ ଅନୁଷ୍ଠିତ ହେଉଥିଲା ।

Comments are closed.