ମହିଳା ଙ୍କ ବଂଶଧାରା ନଦୀରେ ମୃତ

0
143
ବଂଶଧାରା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୪/୦୯) : ଗତକାଲି କାଶୀନଗର ଥାନା ଅନ୍ତର୍ଗତ ପାଲସିଙ୍ଗି ଗ୍ରାମ ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ବଂଶଧାରା ନଦୀ ଅବବାହିକାରେ ଥିବା ପାଲଦଙ୍ଗି ଗ୍ରାମ ର ଜଣେ ମହିଳା ସ୍ନାନ ଶୌଚ ପାଇଁ ନିକଟସ୍ଥ ଘାଟ କୁ ଯାଇଥିଲେ । ଟୁନି ବେହେରା (୩୭) ନଦୀରେ ବୁଡି ଯାଇ ପ୍ରାଣ ହରାଇଛନ୍ତି । ଅଗ୍ନିଶମ ବିଭାଗ ଖବର ପାଇ ଖୋଜା ଲୋଡ଼ା କରିଥିଲେ । ଶେଷରେ ମୃତ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ପୋଲିସ ଘଟଣାରେ ପହଞ୍ଚିଥିଲେ । ରାଜସ୍ୱ ବିଭାଗ ର ଅତିରିକ୍ତ ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ ।ପୋଲିସ ଏକ ଅପମୃତ୍ୟୁ ମାମଲା ୪/୨୨ ରେ ରୁଜ୍ଜୁ କରିଛି ।