ବ୍ରହ୍ମାକୁମାରୀଙ୍କ ଦ୍ୱାରା ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୧୮/୦୮): ଲୋଇସିଂହା ଅଗ୍ରସେନ ଭବନ ଠାରେ ପ୍ରଜାପିତା ବ୍ରହ୍ମକୁମାରି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଳିଙ୍ଗ ଯୋଗ ଦେଇ ସାମ୍ପ୍ରତିକ କଳୁଷିତ ସମାଜରେ ରାଜଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଆଧ୍ୟାତ୍ମିକ ଚିନ୍ତା ଚେତନା ଦ୍ୱାରା ମୋକ୍ଷପ୍ରାପ୍ତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ଶିକ୍ଷାବିତ ଗୌରଚରଣ ନାୟକ, ରାଜଯୋଗ ସଂଚାଲିକା ବ୍ରହ୍ମକୁମାରି ମୀରା ପ୍ରମୁଖ ମଞ୍ଚାସିନ ଥିବାବେଳେ ପରମାନନ୍ଦ ସାହୁ ସ୍ୱାଗତ ଭାଷଣ ସମେତ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବିଉଟି ଭଉଣୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ସାମୁହିକ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ହେବା ପରେ ପ୍ରସାଦ ସେବନ ହୋଇଥିଲା । ପ୍ରବୀର ବହିଦାର, ରାମଚନ୍ଦ୍ର ପଟେଲ, ସମାରୁ ପଧାନ, ଶଶୀଭୂଷଣ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Comments are closed.