କନ୍ଧମାଳ ଜିଲ୍ଲା ଇଲେକ୍ଟ୍ରନିକସ୍ ଓ ୱେବ୍ ମିଡିଆ ସଂଘ ଗଠନ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୧୮/୦୮): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ବନାନୀ କଳା ସଂସଦ ଠାରେ ପ୍ରଥମଥର ପାଇଁ ଇଲେକ୍ଟ୍ରନିକସ୍ ଓ ୱେବ୍ ମିଡିଆ ଆସୋସିଏସନ୍ ଗଠିତ ହୋଇଯାଇଛି । ସଂଘର କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି ।

ସର୍ବ ସମ୍ମତି କ୍ରମରେ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ, ସାଧାରଣ ସଂପାଦକ ଭାବେ ରାଧା ମୋହନ ମହାପାତ୍ର, ଉପ ସଭାପତି ଭାବେ ପ୍ରକାଶ ନାୟକ, ଅଶ୍ବିନି ନନ୍ଦ, ଅରୁଣ ଷଡଙ୍ଗୀ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ପ୍ରମୋଦକୁମାର ଦଣ୍ଡସେନା, ସୁବ୍ରତ ମହାନ୍ତି, ସୁଶାନ୍ତ କୁମାର ସାହୁ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବିଭୁତି ଭୂଷଣ ଲହରୀଆ, ବନବାସୀ ପ୍ରଧାନ, ଟୁନା ପଣ୍ଡା ସମେତ ଏଗାର ଜଣ ସଦସ୍ୟ ମନୋନୀତ ହୋଇଛନ୍ତି ।ଆଗାମୀ ଦିନରେ ସଂଘ ତରଫରୁ ସାମ୍ବାଦିକ ମାନଙ୍କ ନାଯ୍ୟଦାବି ପୂରଣ ପାଇଁ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Comments are closed.