Thursday, March 28, 2024

Top 5 This Week

Related Posts

ବନ୍ୟା ସମୟରେ ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ କର୍ମଚାରୀଙ୍କ ତତ୍ପରତା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୩/୦୯) : ଚଳିତ ବର୍ଷ କିଛିଦିନ ତଳେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ସମୟରେ ହରଭଙ୍ଗା ବ୍ଲକ ର ୧୨ ଟି ପଞ୍ଚାୟତ ର ପ୍ରାୟ ୭୫ ଟି ଗ୍ରାମ ବ୍ୟାପକ କ୍ଷତି ଗ୍ରସ୍ଥ ହୋଇଥିଲା ବେଳେ ଗାଁ ଗୁଡିକର ପ୍ରାଣୀମାନେ ନାହିଁ ନଥିବା ଅସୁବିଧା ଭୋଗ କରିଛନ୍ତି lWhatsApp Image 2022 09 03 at 8.20.04 PM ବନ୍ୟା ସମୟରେ ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ କର୍ମଚାରୀଙ୍କ ତତ୍ପରତା

ବନ୍ୟା ସମୟରେ ପ୍ରାଣୀପାଳକ ବିଭାଗ ଏ ବର୍ଷ ଯେଉଁ ଭଳି ଭାବରେ ତାରାନ୍ୱିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହା ବିଗତ ବର୍ଷ ଗୁଡିକରେ ହୋଇଥିବା ବନ୍ୟାମାନଙ୍କରେ ଦେଖାଯାଇନଥିଲା l ଗତ ବର୍ଷ ଆସିଥିବା ଗୋ-ଖାଦ୍ୟ ମାସ ମାସ ଧରି ଗାଁ ମାନଙ୍କରେ ପହଞ୍ଚି ପାରିନଥିବା ସ୍ଥଳେ ଏ ବର୍ଷ ଡ଼. ବୀରେନ୍ଦ୍ର ପୃଷ୍ଟି ନିଜେ ଗାଡି ଭଡା କରି ପଞ୍ଚାୟତ ଅଫିସ ରୁ ବହୁ ଦୁର୍ଗମ ଅଞ୍ଚଳ ମାନଙ୍କୁ ଗୋ-ଖାଦ୍ୟ ପଠାଇ କିପରି ଗୋପାଳକ ମାନଙ୍କୁ ବିତରଣ କରାଯାଇ ପାରିବ ନିଜେ ଗାଁ ଗାଁ ବୁଲି ତତ୍ଵାବୋଧନ କରିଥିଲେ l

ହରଭଙ୍ଗା ବ୍ଲକରେ ୨୨ ଗୋଟି ପଞ୍ଚାୟତ ଥିବାବେଳେ ମାତ୍ର ୫ ଜଣ ପ୍ରାଣୀ ଧନନିରୀକ୍ଷକ ନିଯୁକ୍ତ ହୋଇଛନ୍ତି l ଏପରି ସ୍ଥଳେ ସମିତି ଲୋକ ବଳରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ପୃଷ୍ଟି ଅତ୍ୟଧିକ ବନ୍ୟା କ୍ଷତିଗ୍ରସ୍ତ ୪୦ ଟି ଗ୍ରାମରେ ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରି ରୋଗାକ୍ରାନ୍ତ ଗାଈ ଗୋରୁ ମାନଙ୍କୁ ଉଚିତ ଚିକିତ୍ସା ସହ ସମସ୍ତ ଗୃହ ପାଳିତ ପଶୁ ମାନଙ୍କୁ ଟିକାକରଣ କରି ସମ୍ଭାବ୍ୟ ରୋଗ ରୁ ଗାଈ ଗୋରୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି l

ଯାହାକି ବନ୍ୟା ପରବର୍ତ୍ତୀ ସମୟରେ ଗାଈଗୋରୁ ମାନେ ସଂକ୍ରମକ ରୋଗରୁ ସୁରକ୍ଷିତ ହୋଇଥିବାରୁ ଚାଷୀ ମାନେ ଆଶ୍ଵସ୍ତି ଅନୁଭବ କରିଛନ୍ତି l ହରଭଙ୍ଗା ବ୍ଲକରେ ଜିଲ୍ଲା ର ୧୦୩ ଟି ପ୍ରାଣୀସେବା ଶିବିର ୧୭.୦୫ ମେଟ୍ରିକ ଟନ ଗୋଖାଦ୍ୟ ବଣ୍ଟନ ଓ ୧୧,୬୦୦ ପ୍ରାଣୀଙ୍କୁ ଟିକାକରଣ କରାଯାଇଛି l ଯାହାକି ସମଗ୍ର ରାଜ୍ୟରେ ଏକ ମାଇଲଖୁଣ୍ଟ ବୋଲି ଜଣାପଡିଛି l

Popular Articles