ଜାରକାରୁ ଜବରଦଖଲ ଉଚ୍ଛେଦ ଜାରି, ସହଯୋଗର ହାତ ବଢାଇଲେ ସ୍ଥାନୀୟ ବ୍ୟବସାୟି

ରିପୋର୍ଟ: ସତ୍ୟଜିତ ବାରିକ
ଯାଜପୁର(୧୯/୦୮): ଯାଜପୁର ଜିଲ୍ଲା ଜାରକା ବଜାରୁ ଜବରଦଖଲ ଉଚ୍ଛେଦ ଜାରି ରହିଛି ।୧୬ନଂ ଜାତୀୟ ରାଜପଥ ୬ଥାକିଆ ରାସ୍ତା ନିର୍ମାଣ ସହ ଜାରକାଠାରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ନିମନ୍ତେ ସରକାରୀ ଜମିରୁ ଜବରଦଖଲ ହଟାଯାଉଛି ।

ତହସିଲ ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ପାର୍ଶ୍ୱ ସମେତ ଜାରକା ବଜାରରେ ସରକାରୀ ଜାଗାରେ ବେଆଇନ ଭାବେ ଗଢି ଉଠିଥିବା ବାସଗୃହ ଓ ଦୋକାନ ଗୃହକୁ ଉଚ୍ଛେଦ କରାଯାଇଛି । ପୂର୍ବରୁ ପ୍ରଶାସନ ପକ୍ଷରୁ ଅବରୋଧକାରୀଙ୍କୁ ନୋଟିସ ଦିଆଯାଇ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ବହୁ ଦୋକାନୀ ନୋଟିସ ପାଇବା ପରେ ନିଜସ୍ୱ ଉଦ୍ୟମରେ ଦୋକାନକୁ ଭାଙ୍ଗି ସଫେଇ କରି ଦେଇଥିଲେ । ଏହି ଉଚ୍ଛେଦ ପ୍ରକ୍ରିୟାରେ ଧର୍ମଶାଳା ଥାନା ଅଧିକାରୀଙ୍କ ସମେତ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହି ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ତଦାରଖ କରୁଛନ୍ତି ।

Comments are closed.