୯ କୋଟି ୬୮ ଲକ୍ଷ ଟଙ୍କା ର ପ୍ରଧାନମନ୍ତ୍ରୀ ରାସ୍ତା କାର୍ଯ୍ୟ ୯ ମାସରେ ପିଛୁ ଉଠିଲା

0
135
୯ କୋଟି ୬୮

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୩/୯) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳରେ ରାସ୍ତା ନିର୍ମାଣ କୁ ନେଇ ବହୁ ଚର୍ଚ୍ଚିତ କଲ୍ୟାଣସିଂହପୁର ବ୍ଲକ ର ପାରସାଲି ପଞ୍ଚାୟତ ର ନିୟମଗିରିରେ ଲଙ୍କାକାଣ୍ଡ, ଗୁଳିକାଣ୍ଡ ଓ ଜଳା ପୋଡା ହୋଇ ୯ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା ।WhatsApp Image 2022 09 03 at 5.54.41 PM ୯ କୋଟି ୬୮ ଲକ୍ଷ ଟଙ୍କା ର ପ୍ରଧାନମନ୍ତ୍ରୀ ରାସ୍ତା କାର୍ଯ୍ୟ ୯ ମାସରେ ପିଛୁ ଉଠିଲା

କିନ୍ତୁ ଠିକାଦାର ଓ ଆରଡ଼ି ବିଭାଗ ର ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅତି ନିମ୍ନମାନର ରାସ୍ତା ନିର୍ମାଣ କରାଯାଇଥିବାରୁ ୯ କୋଟି ୬୮ ଲକ୍ଷ ଟଙ୍କା ର ପ୍ରଧାନମନ୍ତ୍ରୀ ରାସ୍ତା ୯ ମାସ ନ ପୁରୁଣୁ ପିଛୁ ଉଠିଗଲା । ଏହି ରାସ୍ତା ଗୋଟିଏ ପଟେ ମାଓବାଦୀ ମାନେ ଓ ଆଉ ଗୋଟେ ପଟେ ଡଙ୍ଗରିଆଙ୍କ ପ୍ରବଳ ବିରୋଧ କରିଥିଲେ । ୨୦୧୪ ମସିହାରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ତତ୍କାଳୀନ ଜିଲ୍ଲାପାଳଙ୍କୁ ଏସପିଙ୍କୁ ବିରୋଧ କରି ମାଓବାଦୀ ମାନେ ଗାଡି ମୋଟର ପୋଡି ଦେଇଥିଲେ ।

ମାଓବାଦୀଙ୍କୁ ଖାତିରି ନକରି ପୁଲିସ, ସିଆରପିଏଫ ଜବାନଙ୍କୁ କୋମ୍ଭିଙ୍ଗ କରାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ଘଟିଲା । ନିୟମଗିରି ପାହାଡରୁ ମୂଲ୍ୟବାନ ଜଙ୍ଗଲ ସମ୍ପଦ ନଷ୍ଟ ହେବା ଆଶଙ୍କାରେ ଡଙ୍ଗରିଆମନେ ପାରସାଲି ଠାରେ ଅତିଥି ଭବନକୁ ପୋଡି ଦେଇଥିଲେ ।

ଏତେ ସବୁ କଷ୍ଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଡଙ୍ଗରିଆଙ୍କ ସହମତିରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଡଙ୍ଗରିଆଙ୍କ ସରଳତାକୁ ନେଇ ଠିକାଦାର ଓ ଆରଡ଼ି ବିଭାଗ ର ଅଧିକାରୀ ମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅତି ନିମ୍ନମାନର କାର୍ଯ୍ୟ କରି ଥିବାରୁ ରାସ୍ତାର ମେଟାଲ, ମରମ, ପିଚୁ ବାହାରି ପଡିବାରୁ ଯାତାୟତରେ ବାଧାପ୍ରାପ୍ତ ହେଉଛି ।

ଡଙ୍ଗରିଆମାନେ ଅଣନିଶ୍ୱାସୀ ହୋଇ ସାରିଲେଣି । ଏମିତିକି ବାଇକ, ଅଟୋରିକ୍ସା ଚାଲିବା କଷ୍ଟକର ହୋଇ ପଡ଼ୁଛି । ସରକାରୀ ଉଚ୍ଚ ସ୍ତରୀୟ ଅଧିକାରୀ ମାନେ ମାଓବାଦୀଙ୍କ ଭୟରେ ତଦାରଖ ନକରି କାର୍ଯ୍ୟାଳୟରେ ବସି ବିଲ ସାରି ଦେଇଛନ୍ତି । ଯେତିକି ମେଟାଲ, ବାଲି, ମରମ, ପିଛୁ ପଡିବା କଥା ସେତିକି ମାତ୍ରାରେ ପଡିନଥିବା ଡଙ୍ଗରିଆ ମାନେ ଅଭିଯୋଗ କରିଛନ୍ତି । ବିଶେଷ କରି ବୁଡୁଣୀ ଠାରୁ ଲମ୍ବା ଗ୍ରାମ ପର୍ଯ୍ୟନ୍ତ କଦର୍ଯ୍ୟ ରାସ୍ତା ହୋଇଛି ଯାହା ଫଳରେ ଗର୍ଭବତୀ ମହିଳା, ଜ୍ଵର, ରୋଗୀ ବେମାର ହେଲେ ଆମ୍ବୁଲାନ୍ସ ମଧ୍ୟ ଯାଇପାରିବ ନାହିଁ ।WhatsApp Image 2022 09 03 at 5.54.40 PM ୯ କୋଟି ୬୮ ଲକ୍ଷ ଟଙ୍କା ର ପ୍ରଧାନମନ୍ତ୍ରୀ ରାସ୍ତା କାର୍ଯ୍ୟ ୯ ମାସରେ ପିଛୁ ଉଠିଲା

ଏ ସମ୍ପର୍କରେ ଆର ଡି ବିଭାଗ ର କନିଷ୍ଠ ଯନ୍ତ୍ରୀ ଦିଲୀପ କୁମାର ରାଉତରାୟ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଅଛି ପୁନର୍ବାର ମରାମତି କରାଯିବ । ଏପଟେ ଡ଼ଙ୍ଗରିଆ ଙ୍କ ଅଭିଯୋଗ ରହିଛି ଏହି ରାସ୍ତା କୁ ତୁରନ୍ତ ଭିଜିଲାନ୍ସ ତଦନ୍ତ କରି ନିୟମଗିରି ଅଞ୍ଚଳରେ ସ୍ଥାୟୀ ଓ ଭଲ ରାସ୍ତା ନିର୍ମାଣ କରିବା ପାଇଁ ଦାବୀ କରୁଛନ୍ତି ।