Related Contents

ତାଳଚେର ବିଧାୟକଙ୍କ ଘରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ରିପୋର୍ଟ: ବ୍ୟୁରୋ ଓଡିଶା ନ୍ୟୁଜ୨୪
ଭୁବନେଶ୍ୱର(୧୯/୦୮): ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ଟି ଦାମୀ କାର, ୨ଟି ବାଇକ୍ ଓ ଗୋଟିଏ ସାଇକେଲ ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛିି ।

ଗତକାଲି ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏଯାବତ୍ କିଛି ଜଣାପଡିନାହିଁ । କୌଣସି ଦୁର୍ବୁତ୍ତ ବିଧାୟକଙ୍କ ଘରେ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଅପରପକ୍ଷରେ ଏନେଇ ବିଧାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Comments are closed.