ଦଙ୍ଗା ଷଡଯନ୍ତ୍ର ! ମନ୍ଦିର ଭିତରକୁ ଫିଙ୍ଗିଲେ ମାଂସ ଖଣ୍ଡ

0
130
ଦଙ୍ଗା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଲକ୍ଷ୍ନୌ, (୦୩/୦୯) : ଦଙ୍ଗା କରାଇବାକୁ ଷଡଯନ୍ତ୍ର । ଏଥିପାଇଁ ମନ୍ଦିର ଭିତରକୁ ମାଂସ ଖଣ୍ଡ ଫିଙ୍ଗିଛନ୍ତି ଦୁର୍ବୃତ୍ତ । ଉତ୍ତରପ୍ରଦେଶ ର ଶାମଲି ସ୍ଥିତ ସିକ୍କା ଗାଁ ର ଏକ ମନ୍ଦିର ଭିତରୁ ମାଂସ ଖଣ୍ଡ ମିଳିଛି । ଏହାପରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ପୂରା ଅଞ୍ଚଳରେ ବ୍ୟାପକ ପୁଳିସ ମୁତୟନ କରାଯାଇଛି ।

ବାସ୍ତବରେ, କିଛି ଦୁର୍ବୃତ୍ତ ଶାମଲି ଜିଲ୍ଲାରେ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରିଛନ୍ତି । ଏଥିପାଇଁ ସିକ୍କା ଗାଁ ର ଭୋମିଆ ଖେଡା ଚାରିପାଖରେ ୧୧ ଟି ସ୍ଥାନରେ ମାଂସ ଖଣ୍ଡ ଫିଙ୍ଗାଯିବା ମାମଲା ସାମ୍ନାକୁ ଆସିଛି । ଏହାକୁ ନେଇ ପୂରା ଅଞ୍ଚଳ ର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଘଟଣା ପରେ ଶାନ୍ତି ବଜାୟ ରଖିବା ପାଇଁ ପୂରା ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗାଁରେ ଦଙ୍ଗା ସୃଷ୍ଟି କରିବାକୁ ଏଭଳି ଷଡଯନ୍ତ୍ର ରଚାଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ସିକ୍କା ଭୁମିଆ ଖେଡାରେ ଆଜି ହୋମ ଯଜ୍ଞ ଓ ପୂଜା ସମେତ ପୂରା ଗାଁରେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରଖାଯାଇଥିଲା । ପ୍ରତିବର୍ଷ ଏଠାରେ ଏଭଳି ହୋମ ଯଜ୍ଞ ଓ ପୂଜା ପାଠ ହୁଏ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।

ତେବେ ହୋମ ଯଜ୍ଞ ପୂର୍ବଦିନ ତଥା ଶୁକ୍ରବାର ଦିନ ହିଁ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଯାଇ କିଛି ଦୁର୍ବୃତ୍ତ ମନ୍ଦିର ଭିତରକୁ ମାଂସ ଖଣ୍ଡ ପିଙ୍ଗିଥିଲେ । କେବଳ ସେତିକି ନୁହେଁ ମୁଖ୍ୟ ରାସ୍ତାରେ ମଧ୍ୟ ମାଂସ ଖଣ୍ଡ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ମାମଲାରେ ପୁଲିସ ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ଏଭଳି ମାଂସ ଖଣ୍ଡ ଫିଙ୍ଗିଛନ୍ତି ସେ ନେଇଁ ପୁଲି ଖୋଲତାଡ କରୁଛି ।