Advertisements
Tuesday, July 7, 2020
Home Death Case ସାତ ଦିନ ପରେ ଫେରିଲା ମଧୁଙ୍କ ଶବ, ଦାଦନ ମୃତ ଘଟଣା

ସାତ ଦିନ ପରେ ଫେରିଲା ମଧୁଙ୍କ ଶବ, ଦାଦନ ମୃତ ଘଟଣା

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୧୨/୦୮/୧୯): ସାତ ଦିନ ଲାଗିଗଲା ଦାଦନ ଶ୍ରମିକ ମଧୁଙ୍କ ଶବ ନିଜ ଗ୍ରାମକୁ ପହଞ୍ଚିବା ପାଇଁ । ଏମିତି ଘଟଣା ଘଟି ଥିଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଜଲାହଞ୍ଜର ର ପଞ୍ଚାୟତ ର ଜଲାହଞ୍ଜର ଗ୍ରାମରେ । ଆଜକୁ ଆଠବର୍ଷ ହେଲା ଜଲାହଞ୍ଜର ଗ୍ରାମ ମଧୁ କ୍ରିସାନି ୨୫ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ସୁଦୁର କେରଳ ଯାଇ ସେଠାରେ ଏକ ସପୁରୀ ବଗିଚାରେ କାମ କରୁଥିଲେ। କାମ ସାରି ସୋଇଥିବା ସମୟରେ ଉକ୍ତ ଘର କାନ୍ଥ ଭୁଷୁଡି ପଡ଼ିଥିଲା।

ସେ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ।ସଙ୍ଗେ ସଙ୍ଗେ ମଧୁଙ୍କୁ ସାଙ୍ଗ ମାନେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଥିପାଇଁ ସପୁରୀ ବଗିଚା ମାଲିକଙ୍କ ବହୁତ ଚେଷ୍ଟା କରିଥଲେ ମଧୁଙ୍କ ଶବ ଗ୍ରାମକୁ ପଠାଇବାକୁ କିନ୍ତୁ କେରଳରେ ଲାଗି ରହିଥିବା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହୋଇଥିଲା। ବନ୍ୟା ପରିସ୍ଥିତିର ଟିକିଏ ସୁଧାର ଆସିବାରୁ ଆଜି ଶବକୁ ବିମାନ ଯୋଗେ ବିଶାଖାପାଟଣା ପର୍ଯ୍ୟନ୍ତ ପଠାଇଥିଲେ। ସେଠାରୁ ଜିଲ୍ଲା ପ୍ରଶାସନ ସହଯୋଗରେ ଗାଁକୁ ଅଣାଯାଇଛି ଶବ। ମଧୁ ଜଣେ ପଞ୍ଜୀକୃତ ଶ୍ରମିକ ହୋଇ ଥିବା ହେତୁ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ୨ଲକ୍ଷ ୫ହଜାର ଟଙ୍କା ତାଙ୍କ ପରିବାରକୁ ଦିଆଯିବ। ମଧୁଙ୍କ ଶବ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଦିଆଯାଇଛି ଓ ଭିନ୍ନ କ୍ଷମ ସ୍ତ୍ରୀ ପୁଅ ଓ ଶଯ୍ୟାସାଇ ମାଁ ଙ୍କ ପାଇଁ ବ୍ଲକ ତରଫରୁ ଭତ୍ତା ଓ ଅନ୍ୟାନ୍ୟ ଯୋଜନାରେ ସାମିଲ୍ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର । ସୁଖୁନି ପରିବାର ସମସ୍ତିଙ୍କ ଆଖିର ଲୁହ । ଜଳୁନି ଚୁଲି । ପାଟିକୁ ଯାଉନି ମୁଠାଏ ଦାନା । ଜିଲ୍ଲା ପ୍ରଶାସନ ଏଭଳି ଦୁଃଖଦ ଘଟଣାକୁ ହୃଦୟଙ୍ଗମ କରି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ପ୍ରଶାସନ ନିକଟରେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ - ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ...

ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ପରେ କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୦୫/୦୭): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ,...

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

ଖାଁ ଖାଁ ଲାଗୁଛି ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠ , କୋରାପୁଟ

ରିପୋର୍ଟ: ଏନ. ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ଚଳିତ ବର୍ଷ ଅଦୃଶ୍ୟ କରୋନା ମହାମାରୀ ଦୁନିଆକୁ କବଳିତ କରିଛି l ଏହି ସମୟରେ ମନ୍ଦିର ଗୁଡ଼ିକରେ ଭିଡ଼ ଲାଗିଲେ...

Recent Comments

%d bloggers like this: