ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ ଓ ରକ୍ତ ଦାନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୧୫/୦୮/୧୯): ସ୍ଵାଧୀନତା ଦିବସ ଅବସରରେ ପ୍ରଦାନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ କରିବା ସହିତ ରକ୍ତ ଦାନ କରିଛନ୍ତି । ଲମତାପୁଟ ବ୍ଲକ ସଦର ମହକୁମାରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଦାନ ୭୩ତମ ସ୍ଵାଧୀନତା ଦିବସ ପାଳନ କରିଥିଲେ ।

ଏହି ଅବସରରେ ପ୍ରଥମେ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଖୋଲା ପଡ଼ିଆରେ କିଛି ଔଷଧିୟ ବୃକ୍ଷ ରୋପଣ କରିଥିଲେ ଓ ପରେ ଅନୁଷ୍ଠାନର କିଛି କର୍ମଚାରୀ ମାନେ ନିକିତା ସାଇକିଆ ସ୍ଵରୁପା ନନ୍ଦ ଓ କପିଳେନ୍ଦ୍ର ସାମନ୍ତରାୟ ସ୍ବେଚ୍ଛାକୃତ ଭାବରେ ସ୍ଥାନୀୟ ଆଶାକିରଣ ହସ୍ପିଟାଲର କର୍ମକର୍ତ୍ତାଙ୍କ ସହାୟତାରେ ରକ୍ତ ଦାନ କରିଥିଲେ | ତାଙ୍କ ସହ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ, ନିଶାମୁକ୍ତ କେନ୍ଦ୍ର ଓ ସ୍ଥାନୀୟ ଯୁବକ ମାନେ ଏହି ମହତ୍ କାର୍ଯ୍ୟରେ ରକ୍ତ ଦାନ କରିଥିଲେ । ଏହି ରକ୍ତ ଦାନରେ ୧୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଦାନ ସ୍ଵେଚ୍ଛାସେବୀ ଅନୁଷ୍ଠାନର ଶଶାଙ୍କ କୁମାର ସାହୁ, ଭାସ୍କର ବୋର ଓ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।

Comments are closed.