Thursday, March 28, 2024

Top 5 This Week

Related Posts

୨ ତାରିଖ ରୁ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟରେ ସ୍ୱତନ୍ତ୍ର ଚିକିତ୍ସା ଆରମ୍ଭ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୧/୦୯) : ୨ ତାରିଖ ରୁ ପାରଳାଖେମୁଣ୍ଡି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଲୋକେ ପାଇବେ ।

ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ପ୍ରଶାସନ ଶ୍ରୀକାକୁଲମରେ ରହିଥିବା ଜେମ୍ସ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କ ସହ ଏକ ଚୁକ୍ତି କରିଛନ୍ତି । ସେହି ଚୁକ୍ତି ମୁତାବକ ୨ ତାରିଖ ରୁ ଶ୍ରୀକାକୁଲମ ର ସ୍ପେସିଆଲିଷ୍ଟ ଡାକ୍ତର ମାନଙ୍କ ଦ୍ୱାରା ଗଜପତି ଜିଲ୍ଲା ବାସୀ ଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବାକୁ ଏହି ଉଦ୍ଦ୍ୟମ କରାଯାଇଥିବା ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସୂଚନା ଦେଇଛନ୍ତି ।

ଗତକାଲି ଏକ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ବିଧାୟକ ଶ୍ରୀ କେ. ନାରାୟଣ ରାଓ, ପାରଳାଖେମୁଣ୍ଡି ମୁନିସିପାଲିଟି ନଗରପାଳ ଶ୍ରୀମତୀ ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲଙ୍କା ମଧୁ, ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି । ଆଜିଠାରୁ ଗଜପତି ଜିଲ୍ଲା ର ଗରିବ ଶ୍ରେଣୀ ର ଲୋକ ଏହି ସୁବିଧା ର ଲାଭ ଉଠାଇବାକୁ ଶ୍ରୀ ତିରୁପତି ରାଓ କହିଛନ୍ତି ।

Popular Articles