Thursday, March 28, 2024

Top 5 This Week

Related Posts

ରାୟଗଡ଼ା ଜିଲ୍ଲା ରେ ବିଘ୍ନ ବିନାଶକ ଗଜାନନ ଙ୍କ ପୂଜାର୍ଚ୍ଚନା ସହ ଗଣପର୍ବ ନୂଆଁଖାଇ ପାଳିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧/୯) : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଗୋଠଳପଦର ପଞ୍ଚାୟତ ର କୁକୁରୁଗୁଡା ଗ୍ରାମ, ଚର୍ତୁଦିଗରେ ପାହାଡ଼ ପର୍ବତ ଘେରି ରହିଥିବା ବେଳେ ଏଠାରେ ପ୍ରାୟ ୧୨୦ ଆଦିବାସୀ ପରିବାର ବସବାସ କରନ୍ତି ।WhatsApp Image 2022 09 02 at 9.16.55 AM ରାୟଗଡ଼ା ଜିଲ୍ଲା ରେ ବିଘ୍ନ ବିନାଶକ ଗଜାନନ ଙ୍କ ପୂଜାର୍ଚ୍ଚନା ସହ ଗଣପର୍ବ ନୂଆଁଖାଇ ପାଳିତ

ରାୟଗଡ଼ା ଜିଲ୍ଲା ର ଆଦିବାସୀ ସଂସ୍କୃତି ଓ ପରମ୍ପରା ର ନିଚ୍ଛକ ଉଦାହରଣ ପାଲଟିଛି ଏହି ଗ୍ରାମଟି । ଦୁଇ ବର୍ଷ କରୋନା କଟକଣା ଯୋଗୁଁ ଗ୍ରାମବାସୀ କୈାଣସି ପୂଜା ପର୍ବ ଜାକଜମକରେ ପାଳନ କରିପାରିନଥିଲା ବେଳେ ଏ ବର୍ଷ ବିଘ୍ନ ବିନାଶକ ଗଜାନନ ଗଣେଶଙ୍କ ପୂଜା ସହ ଗଣପର୍ବ ନୂଆଁଖାଇ ମହାଆଡମ୍ବରରେ ପାଳନ କରିଛନ୍ତି । ଗ୍ରାମବାସୀ ମାନେ ନୂଆ ଲୁଗା ପିନ୍ଧିବା ସହ ବିଭିନ୍ନ ପ୍ରକାର ର ପିଠାପଣା ପ୍ରସ୍ତୁତ କରି ଆଦିବାସୀ ମାନଙ୍କର ଇଷ୍ଟ ତଥା ଅକ୍ଷର ବ୍ରହ୍ମ ମାଥାରବନମ୍ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ଆଜି ଗଣପର୍ବ ତଥା ଚାଷିମାନଙ୍କ ପର୍ବ ନୂଆଁଖାଇ ।WhatsApp Image 2022 09 02 at 9.16.57 AM ରାୟଗଡ଼ା ଜିଲ୍ଲା ରେ ବିଘ୍ନ ବିନାଶକ ଗଜାନନ ଙ୍କ ପୂଜାର୍ଚ୍ଚନା ସହ ଗଣପର୍ବ ନୂଆଁଖାଇ ପାଳିତ

ଆଜି ଏହି ଆଦିବାସୀ ସମ୍ପ୍ରଦାୟ ନିଜ ଜମିରେ ଉତ୍ପାଦିତ ପ୍ରଥମ ଶଶ୍ୟ, ଫଳ, ମୂଳ, କନ୍ଦା ଇତ୍ୟାଦି ନିଜର ଇଷ୍ଟଦେବୀଙ୍କୁ ପ୍ରଥମେ ସମର୍ପଣ କଲାପରେ ନିଜେ ଖାଇଥାନ୍ତି । ସେ ଯାହାହେଉ ଆଧୁନିକତାର ଚାକତକ୍ୟରେ ନିଜକୁ ହଜାଇ ନଦେଇ ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖି ଏହାର ପ୍ରଚାର ପ୍ରସାର କରିବା ପାଇଁ ଚେଷ୍ଟିତ କୁକୁରୁଗୁଡା ଗ୍ରାମବାସୀ ସତରେ ପ୍ରଶଂସା ର ପାତ୍ର ‌। ପୂଜାର୍ଚ୍ଚନା ପରେ ଚାଙ୍ଗୁ ବାଦ୍ୟ ର ତାଳେ ତାଳେ ଆଦିବାସୀ ପୁରୁଷ, ମହିଳା ଓ ପିଲାମାନଙ୍କ ନୃତ୍ୟରେ ଗ୍ରାମ ପରିବେଶ ଦୁଲୁକି ଉଠୁଥିଲା । ସବୁ ଦୁଃଖ କଷ୍ଟକୁ ପଛରେ ପକାଇ ବାଦ୍ୟର ତାଳରେ ସତେ ଯେମିତି ନିଜକୁ ହଜାଇ ଦେଇଥିଲେ ଏହି ଗ୍ରାମବାସୀ ମାନେ ।

Popular Articles