Related Contents

ଚୋର ଲୁଟି ନେଲେ ୮୦୦୦ ଟଙ୍କା ସହ ସବୁ ପ୍ରମାଣ ପତ୍ର

ରିପୋର୍ଟ: ଗୋପୀନାଥ କୋଂଡଗିରି
କୋଲନରା: ଗତ ୮ତାରିଖ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କାଟିକଣା ପଞ୍ଚାୟତ ରୁପୁଣୀ ଗ୍ରାମର ଦେବେନ୍ଦ୍ର ସାରାକା,ପିତା ମାଲଟି ସାରାକା ଭୁବନେଶ୍ୱର ବରମୁଣ୍ଡା ବସ ସ୍ଟାଣ୍ଡ ଶୌଚାଳୟରେ ନିଜର ବ୍ୟାଗ ପାଖରେ ରଖି ଗାଧେଇବା ସମୟରେ ଦେବେନ୍ଦ୍ର ସାରାକା ଙ୍କ ବ୍ୟାଗଟିକୁ ଚୋର ନେଇଗଲେ ।

ସେଥିରେ ୮୦୦୦ଟଙ୍କା, +୨ର ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପ୍ରମାଣ ପତ୍ର ତାଙ୍କର ମା ବାପାଙ୍କର ଆଧାର କାର୍ଡ ଆଉ ୨ଟି ମୋବାଇଲ ଫୋନ ଥଲା । ସେହି ମୋବାଇଲରେ ବିଏସଏନଏଲ ନ.୮୨୮୦୧୨୧୪୩୭ ଓ ଅନ୍ୟଟି ଏୟାର ଟେଲ ନମ୍ବର ୭୭୫୨୦୭୧୨୬୧ ଲାଗିଥିଲା | ବର୍ତ୍ତମାନ ଦେବେନ୍ଦ୍ର ସାରାକା ନିରୁପାୟ ଓ କଣ କରିବେ ଜାଣିପାରୁ ନାହାଁନ୍ତି । ସବୁଠାରୁ ମୂଲ୍ୟ ବାନ ଶିକ୍ଷା ଗତ ଯୋଗ୍ୟତା ପ୍ରମାଣ ପତ୍ର ଗୁଡିକ ବୋଲି ଦେବେନ୍ଦ୍ର କହିଛନ୍ତି ।

Comments are closed.