Related Contents

ଭତ୍ତା ନେଇ ଯାଉଥିବା ବେଳେ ଚାଲିଗଲା ୮୦ବର୍ଷୀୟା ବୃଦ୍ଧର ଜୀବନ

ରିପୋର୍ଟ-ଭୋଜରାଜ ବାରିହା
ଖପ୍ରାଖୋଲ(୧୬/୦୮): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ଏକଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଓଡ଼ିଶା ସରକାର ଗରିବ ବୃଦ୍ଧା ଅସହାୟ ମାନଙ୍କୁ ସମସ୍ତ ଯୋଜନା ଯୋଗାଇ ଦେଉଛନ୍ତି ସତ ହେଲେ ଛୋଟ ଛୋଟ ତ୍ରୁଟି ଯୋଗୁ ରାସ୍ତା କଡରେ ଚାଲିଯାଉଛି ଅସହାୟ ଗରିବ ଲୋକଙ୍କ ଜୀବନ |

ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଳକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ବୁରୋମାଲ ଗାଁରେ । ବୁରୋମାଲ ଗାଁର ରଘୁମଣି ବରିହା ଯାହାର ବୟସ କି( ୮୦)ବୁରୋମାଲ ଗାଁ ରୁ ଭାନପୁର ପଞ୍ଚାୟତ ହାରହୁରୀ ୫କିଲୋମିଟର ଭତ୍ତା ଟଙ୍କା ଆଣିଯାଉଥିବା ବେଳେ ରାସ୍ତାରେ ରଘୁମଣି ବରିହାର ମୃତ୍ୟୁ ଘଟିଥିଲା । ଜଣେ ୮୦ବର୍ଷୀୟ ବୃଦ୍ଧ ୫ କିଲୋମିଟର ଭତ୍ତା ପାଇଁ ଚାଲି ଚାଲି ଯିବା କେତେ ଯେ ଠିକ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି |

ଏ ଘଟଣା ବିଷୟରେ ଖବର ପାଇ ଖପ୍ରାଖୋଲ ବି.ଡ଼ି.ଓ ତରଣୀ ସୁନା, ଜି.ପି.ଓ ସୁଶାନ୍ତ କୁମାର ପାଣି, ସରପଞ୍ଚ ତ୍ରିନାଥ ବାରିକ ଘଟଣା ସ୍ଥଳରେ ପହଞ୍ଚି ମୃତକ ପରିବାରକୁ ସବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଏବଂ ରେଡ଼କ୍ରସରୁ ତିନି ହଜାର ଟଙ୍କା ପ୍ରଦାନ କରିଛନ୍ତି ଏବଂ ବିଭିନ୍ନ ସରକାରୀ ଯୋଜନା ମାନ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି |

Comments are closed.