କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୁଷ ଡାକ୍ତର ସଙ୍ଘ ର ରାଜ୍ୟ ସଭାପତି ନିର୍ବାଚିତ

0
209
କାଶୀନଗର ଗୋଷ୍ଠୀ

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୦୨/୦୯) : ଦୀର୍ଘ ୧୪ ବର୍ଷ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟ କରି କୋଭିଡ ସମୟରେ ଲୋକ ଙ୍କ ଆସ୍ଥା ଭାଜନ ହୋଇଥିବା ଡା. ସଚିନ ମହାପାତ୍ର କାଶୀନଗର ବ୍ଲକ ର ଖରାଡ଼ା ଗ୍ରାମରେ ଜନ୍ମିତ ।

ନିଜ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଆୟୁର୍ବେଦିକ ଡାକ୍ତର ପାଠ୍ୟକ୍ରମରେ ଯୋଗ ଦେଇଥିଲେ ମଧ୍ୟ ଡାକ୍ତର ଅପେକ୍ଷା ସମାଜସେବା କୁ ପ୍ରଧାନ୍ୟତା ଦେଇ ଆସୁଥିଲେ । ହେଲେ ଶେଷରେ ଡାକ୍ତର ହେବା ପରେ ଏବେ ଆୟୁଷ ଡାକ୍ତର ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡା. ସଚିନ ମହାପାତ୍ର ରାଜ୍ୟ ଆୟୁଷ ଡାକ୍ତର ସଙ୍ଘ ର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏଣୁ ତାଙ୍କୁ ଶୁଭେଚ୍ଛା ର ସୁହଛୁଟିଛି । ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ଖରାଡା ସରପଞ୍ଚ ଶ୍ରୀ ଅଖିଳ ପାତ୍ର ଆଦିବାସୀ ନେତା ଆପୋଲୋ ନାୟକ, ଶିକ୍ଷକ ନେତା ଅମୁଲ୍ୟ ପାତ୍ର, ଜଗଦୀଶ ପାତ୍ର, କାଶୀନଗର ପୌର ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ ଶୁଭେଚ୍ଛା ଜଣାଇଛନ୍ତି ।