ସ୍ୱଚ୍ଛ ଓ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମାଜାଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁରସ୍କୃତ

0
231
ସ୍ୱଚ୍ଛ ଓ ଶ୍ରେଷ୍ଠ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୨/୦୯) : କାଶୀନଗର ସହର ମଧ୍ୟରେ ଥିବା ମାଜାଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ୱଚ୍ଛ ଓ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ ହୋଇଛି ।

ଆଜି ଅଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ଅବସର ରେ କାଶୀନଗର ପୌର ପରିଷଦ ତରଫରୁ ସହର ର ସ୍ୱଚ୍ଛ ଓ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଖାଦ୍ୟ ଓ ଯୋଗାଣ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କ୍ରମ ରେ ମନ୍ତ୍ରୀ ପୌର ପରିଷଦ ର ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଏହି ସଭାରେ ପ୍ରଶାସକ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ପୌର ଅଧ୍ୟକ୍ଷ ଶ୍ରୀମତୀ ଏମ ସୁଧା ରାଣୀ, ପୌର ଉପାଧ୍ୟାକ୍ଷ ଶ୍ରୀ ରେଫହୁ ରାମ ସାହୁ, ନିର୍ବାହୀ ଅଧିକାରୀ ଶ୍ରୀମତୀ ଡା. ସତ୍ୟ ସଂପୂର୍ଣ୍ଣା ରାଉତ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଥିବାରୁ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟତ୍ରୀ ଏମ ସରିତା, ବରିଷ୍ଠ ଶିକ୍ଷକ ଜଗଦୀଶ ପାତ୍ର, ମମତା ମିଶ୍ର, ପ୍ରତିମା ନାୟକ, ଆର ଶ୍ରୀଦେବୀ, ପି. ରବି, କେ. ମଧୁ, ଏମ ସାରଦା, କେ ସ୍ୱାତୀ, ରାମା ରାଓ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।