ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

0
200
ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ //
ଗୁଣପୁର, ତା (୩୧/୮) : ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ୨୦୨୨ ମହାଆଡମ୍ବରରେ ପାଳିତ ହୋଇଯାଇଛି ।4d871872 afc7 4d05 b8af 85c35bc7407c ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ମାନ୍ୟବର ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଓ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ହୋଇଥିଲେ । ବିଧାୟକ ରଘୁନାଥ ଗମାଙ୍ଗ ନିଜ ଅଭିଭାଷଣରେ ଗୁଣପୁର ପୌର ପରିଷଦ ର ଉନ୍ନତି କାମନା କରିଥିବା ବେଳେ ଅଧ୍ୟକ୍ଷା ମମତା ଗୌଡ଼ ଗୁଣପୁର ବିକାଶକୁ ଆଗେଇ ନେବାର ଯେଉଁ ସ୍ୱପ୍ନ ଦେଖିଛନ୍ତି ସେଗୁଡିକ ସାକାର କରିବା ପାଇଁ ପରିଷଦ ର ସମସ୍ତ କାଉନସିଲର ଓ କର୍ମଚାରୀ ମାନଙ୍କ ସହଯୋଗ କାମନା କରିଥିଲେ ।50242a6a e4fb 438b 85f9 3b3c155b47c9 ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଗୁଣପୁର ପରିମଳ ବ୍ୟବସ୍ଥା ସୁଧାରିବା, ମଶା ଉପଦ୍ରବରୁ ସହରକୁ ରକ୍ଷା କରିବା, ଦେବାଳୟ ପରିବେଶ ସ୍ୱଚ୍ଛ ରଖିବା, ପାର୍କ ଗୁଡିକର ପୁନୋରୁଦ୍ଧାର କରିବା ଆଦି କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦେଇଛନ୍ତି । ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ ନିଜ ଅଭିଭାଷଣରେ କହିଥିଲେ ଯେ, ଗୁଣପୁରର ଉନ୍ନତି ନିମନ୍ତେ ୫ କୋଟି ୩୦ ଲକ୍ଷ ଟଙ୍କା ଅଟକଳରେ ୪୮ ଗୋଟି ରାସ୍ତା ଓ ଡ୍ରେନ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି ଏବଂ ମାନ୍ୟବର ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଏନ୍ ଭାସ୍କର ରାଓଙ୍କ ପାଣ୍ଠିରୁ ୧ କୋଟି ୨୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ସହର ର ବିଭିନ୍ନ ସ୍ଥାନରେ ଅନେକ ପ୍ରକଳ୍ପ ର ଅନୁମୋଦନ ହୋଇ କାର୍ଯ୍ୟ ଚାଲୁ ରହିଛି ।54bab1a6 7094 4861 a37f 400124cced64 ଗୁଣପୁର ପୌର ପରିଷଦ କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଏହି ଅବସରରେ ପରିଷଦ ର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ୭୩୯ ଟି ଆବାସ ଯୋଜନା, ୪୮ ଜଣଙ୍କୁ ଦିଵ୍ୟାଙ୍ଗ ଭତ୍ତା, ବିଧବା ଭତ୍ତା ପ୍ରଦାନ, ୫ ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୧୬ ଲକ୍ଷ ୨୦ ହଜାର ଟଙ୍କା ଋଣ ପ୍ରଦାନ, ୩୦ ଟି ଉଠା ଦୋକାନୀଙ୍କୁ ପ୍ରମାଣ ପତ୍ର ସହ ୧୧ ଜଣଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ଶେଷରେ ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ ସମସ୍ତ ସହରବାସୀଙ୍କୁ ମିଳିମିଶି ଗୁଣପୁର ସହର ର ସର୍ବାଙ୍ଗିନ ଉନ୍ନତି ପାଇଁ କାମ କରି ପୂର୍ବ ଥର ଭଳି ରାଜ୍ୟରେ ଗୁଣପୁର ପୌର ପରିଷଦକୁ ପ୍ରଥମ ସ୍ଥାନରେ ରଖିବାକୁ ଅନୁରୋଧ କରିଥିଲେ ।