Thursday, March 28, 2024

Top 5 This Week

Related Posts

କଲ୍ୟାଣୀ ନଦୀ ବ୍ରିଜରେ ସଟର ଚାପି ହୋଇ ଶ୍ରମିକର ମୃତ୍ୟୁ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୩୧/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ର କଲ୍ୟାଣୀ ନଦୀ ବ୍ରିଜ ନିର୍ମାଣ ସମୟରେ କାଶିପୁର ବ୍ଳକ ମୁନୁସୁ ଗାଁ ଗ୍ରାମ ପଞ୍ଚାୟତ ଶୁଙ୍ଗୁରଖଡ଼ ଗାଁର କାସାରି ମାଝୀ (୫୦) ମୃତ୍ୟୁ ଘଟିଥିବା ଜଣାପଡିଛି ।e1728ceb 69ef 4d0a b2d6 7686c51efa30 କଲ୍ୟାଣୀ ନଦୀ ବ୍ରିଜରେ ସଟର ଚାପି ହୋଇ ଶ୍ରମିକର ମୃତ୍ୟୁ

ନିର୍ମାଣ ଦିନ କଲ୍ୟାଣୀ ନଦୀ ବ୍ରିଜର ଗାର୍ଡ ୱାଲର କାମ ସରିବା ପରେ ସଟର ପ୍ଲେଟ କାଡିଵା ସମୟରେ ଚାପି ହୋଇ ମୃତ୍ୟୁ ଘୋଟିଥିବା ଅନୁମାନ କରାଯାଇଛି । ଶ୍ରମିକ ଜଣକ ପ୍ରାୟ ଏକ ସପ୍ତାହ ହେବ ବ୍ରିଜ କାମରେ ନିୟଜିତ ଥିଲେ ଖବର ପାଇ ଗତକାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଶ୍ରମିକର ମର ଶରୀରକୁ ଜବତ କରିଥିଲେ । ପୁଲିସ ଜବତ ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ମୃତ୍ୟୁ ଖବର ପାଇ ଶ୍ରମିକ ର ପରିବାର ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଉକ୍ତ ବ୍ରିଜ କାମ ୨୦୨୧ ରେ ଶେଷ ହେବା ର ଥିଲା ବିଳମ୍ବ ରେ କାମ ଚାଲୁଥିବା ରୁ ଆଜି ପର୍ଯ୍ୟନ୍ତ କାମ ଶେଷ ହୋଇ ପାରିନି ।6b5a8550 1608 4e00 84ea 798367bc5962 କଲ୍ୟାଣୀ ନଦୀ ବ୍ରିଜରେ ସଟର ଚାପି ହୋଇ ଶ୍ରମିକର ମୃତ୍ୟୁ

ଏହାର ଅଟକଳ ମୂଲ୍ୟ ୯,୪୫,୦୦,୬୧୦ ଟଙ୍କା ବ୍ରିଜ ନିର୍ମାଣ କାମ ଫେବୃଆରୀ ୨୦୨୧ ତାରିଖରେ ସରିବା କଥା କିନ୍ତୁ ସମୟ ସୀମା ମଧ୍ୟରେ କାମ ନ ସରିବା ହେତୁ ଶ୍ରମିକର ମୃତ୍ୟୁ ଘଟିଵା କଥା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି । ଏହି ସମ୍ପର୍କରେ କଲ୍ୟାଣସିଂହପୁର ଥାନା ଏସ ଆଇ ଶିଵ ପ୍ରସାଦ ସାହୁ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପରିବାର ଲୋକ ପହଞ୍ଚିଲା ପରେ ଅଗ୍ନିଶମ ବିଭାଗ କୁ ଡକାଇ ଚାପିହୋଇଥିବା ଶ୍ରମିକ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣା ସ୍ଥଳରେ ଆଇ ଆଇ ସି ମୁକୁନ୍ଦ ଦେବ ନାୟକ ଓ ତାଙ୍କ ଦଳ ଉପସ୍ଥିତ ରହିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles