ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ମୁନିଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

0
149
ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା/ମୁନିଗୁଡା, ତା(୨୮/୦୮) : ଆଜି ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ମୁନିଗୁଡା ବ୍ଲକରେରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି ।7d211de5 1797 4907 bd90 a039def2e84d ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ମୁନିଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ, ଶ୍ରୀ ରବି ନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ଲୋକନାଥ ଦଲାବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ, ସହାକାରୀ ବନ ସଂରକ୍ଷକ ଶ୍ରୀ ଆର.କାଲାଇଭରନ୍, ଅଧ୍ୟକ୍ଷା ମୁନିଗୁଡା ପଞ୍ଚାୟତ ସମିତି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଲା ଯୋଗାଣ ଅଧିକାରୀ ରମାକାନ୍ତ ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରାମ ଚନ୍ଦ୍ର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥୀ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ, ଗ୍ରାମୀଣ ଜଳଯୋଗାଣ ନିର୍ବାହୀଯନ୍ତ୍ରୀ ଶ୍ରୀ ଚିତ୍ତରଞ୍ଜନ ଜେନା, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶ୍ରୀ ସୂର୍ଯ୍ୟ ନାରାୟଣ ମହାରଣା, 1c38d5f3 99bb 49a6 9a7b 6fb64546274f ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ମୁନିଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତନିର୍ବାହୀଯନ୍ତ୍ରୀ, ଗ୍ରାମୀୟ ନିର୍ମାଣ ବିଭାଗ, ଗୁଣପୁର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଶ୍ରୀ ସୁକାନ୍ତ କୁମାର ପ୍ରଧାନ, ନିର୍ବାହୀଯନ୍ତ୍ରୀ ଉଠା ଜଳସେଚନ ପଏଣ୍ଟ, ଗୁଣପୁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭିକ୍ତୋରିଆ କୁଲୁ, ମୁନିଗୁଡା ବିଡ଼ିଓ ଡ. ଦିଲ୍ଲୀପ କୁମାର ବେହେରା, ତହସିଲଦାର ଶ୍ରୀ ଦେବାଶିଷ ଗୌଡ଼, ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ଶ୍ରୀମତୀ ସୁଭପ୍ରଦା ସାସ୍ମଲ୍ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସମୂହ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରାଯିବାରେ ସହାୟତା କରିଥିଲେ ।

ଆଜି ମୋଟ ୫୭ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା । ସେଥି ମଧ୍ୟରୁ ୩୯ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ଗ୍ରାମବାସୀ ମାନଙ୍କର ୧୮ ଟି ସମୂହ ଅଭିଯୋଗ ଥିଲା । ଜିଲ୍ଲାପାଳ ମହୋଦୟ ୫ ଜଣକୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୭୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲା ବେଳେ ୪ ଜଣକୁ ୨୦ ହଜାର ଟଙ୍କା ରେଡ଼କ୍ରସ ପାଣ୍ଠିରୁ ପ୍ରଦାନ କରିଥିଲେ lbc3c44d1 e50b 4333 83e0 37282a2398f7 ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ମୁନିଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଜିଲ୍ଲାପାଳ ଶ୍ରୀମତୀ ଦେଵ ସିଂ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲାପାଳ ମୁନିଗୁଡା ବ୍ଳକର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଥିଲେ l କୁମୁଡ଼ାବାଲି ଗ୍ରାମ ପଞ୍ଚାୟତ ଗସ୍ତ କରି ସିଙ୍ଗାରି ଗ୍ରାମରେ ରୋଷେଇ ବଗିଚା ପରିଦର୍ଶନ କରିଥିଲେ ଓ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ l ଏହାପରେ କୁମୁଡ଼ାବାଲି ଉଚ୍ଚ ବିଦ୍ୟାଳୟ ର ଆଦିବାସୀ ଛାତ୍ରାବାସ ପରିଦର୍ଶନ କରି ସୁବିଧା ଅସୁବିଧା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ l

ତାହାପରେ କୁମୁଡ଼ାବାଲି କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ପରିଦର୍ଶନ କରି ସେଠାକାର ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ପରିଦର୍ଶନ କରିଥିଲେ ଏବଂ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । କୁମୁଡ଼ାବାଲି ଶିବମନ୍ଦିର ଓ ଶିଶୁ ଉଦ୍ୟାନ ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ କମାଲଵାଡ଼ି ଅବସ୍ଥିତ ୧୦୦୦ କ୍ଷମତା ବିଶିଷ୍ଟ ବ୍ରଏଲର ଫାର୍ମ ପରିଦର୍ଶନ କରିଥିଲେ ଓ ସ୍ଵୟଂ ସହାୟକ ଗୋଷ୍ଠୀକୁ ପ୍ରଶଂସା କରିଥିଲେ ।