ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ ପରେ ପାରିବାରିକ କଳହ ର ସମାଧାନ

0
120
ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, (୩୦/୦୮) : ଗତ ତା-୨୨/୦୮/୨୦୨୨ ରିଖ ଦୀର୍ଘ ଦୁଇ ବର୍ଷ ଧରି ଚାନ୍ଦିଲି ଥାନା କରିକଣ୍ଡା ଗ୍ରାମ ର ସୁନ୍ଧର ରାଓ ସାରକା ନିଜର ପ୍ରଥମ ସ୍ତ୍ରୀ ଜୟନ୍ତି ସାରକା ଓ ତାଙ୍କର ଏକ ବର୍ଷ ର ଏକ ଝିଅ, ଚାରି ବର୍ଷ ର ପୁଅ ଓ ଏକ ଚାରି ମାସ ର ପୁଅ l ଏହିପରି ୩ଟି ସନ୍ତାନ ଙ୍କୁ ଛାଡି ମୁକ୍ତା ମଣି ନାଏକ ଅନ୍ୟ ଏକ ଝିଅ କୁ ଭଲ ପାଇ ବିବାହ କରିଥିଲେ l ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ ପରେ ପାରିବାରିକ କଳହ ର ସମାଧାନ l

ତେଣୁ ସୁନ୍ଦର ରାଓ ସାରକା ନିଜର ପ୍ରଥମ ସ୍ତ୍ରୀ ଓ ଛୁଆଙ୍କୁ ହତାଦର କରିବାରୁ ତାଙ୍କ ସ୍ତ୍ରୀ ଓ ଛୁଆ ମାନେ ଅବହେଳିତ ହୋଇ ଖାଇବାକୁ ନପାଇ ହଇରାଣ ହେଉଥିଲେ l ଏପରି ଅବସ୍ଥାରେ ରାୟଗଡ଼ା ଜିଲ୍ଲା ର ପାରା ଲିଗାଲ ଭଲ୍ୟୁଣ୍ଟର ଶ୍ରୀମତି କୁମାରି ବାଡତ୍ୟା ଉକ୍ତ ମାମଲା ଟିକୁ ପ୍ରଣ୍ଟ ଅଫିସ ରୀଟେନର ଶ୍ରୀ ରଜତ ରଞ୍ଜନ ଖଟୁଆ ଙ୍କ ମାଧ୍ୟମରେ ସମ୍ପାଦକ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ଦୃଷ୍ଟିଗୋଚର କରାଇଥିଲେ l

ଏଥିରେ ସମ୍ପାଦକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ଼ା ଶ୍ରୀମତି ନିବେଦିତା ପଣ୍ଡା ହସ୍ତକ୍ଷେପ କରି ଉଭୟ ସ୍ୱାମୀ ସ୍ତ୍ରୀ ଓ ଦ୍ଵିତୀୟ ସ୍ତ୍ରୀ ଙ୍କ ମଧ୍ୟରେ ବୁଝାମଣା କରି ଉଭୟ ପକ୍ଷ ଏକାଠି ରହି ପିଲାମାନଙ୍କ ଦାୟିତ୍ୱ ତୁଲାଇବା ସହିତ ଦୁଇ ଜଣ ସ୍ତ୍ରୀ ମିଶି ଦୁଇ ଭଉଣୀ ପରି ଏକାଠି ଖୁସିବାସରେ ଚଳିବା ସହ ଭବିଷ୍ୟତରେ ଆଉ କଳହ ନ କରିବାକୁ ରାଜି ହୋଇ ଚୁକ୍ତିନାମା ସ୍ଵାକ୍ଷର କରିଥିଲେ l ଏହିପରି ଦୁଇ ବର୍ଷ ଧରି ଚାଲିଥିବା ଏକ ପାରିବାରିକ କଳହ ର ସରଳ ସମାଧାନ ହେବା ସହିତ ୩ଟି ନାବାଳକ/ବାଳିକା ଙ୍କର ଭବିଷ୍ୟତ ନଷ୍ଟ ହେବାରୁ ରକ୍ଷା କରାଯାଇଅଛି l