Thursday, March 28, 2024

Top 5 This Week

Related Posts

୧୮ ବର୍ଷରୁ କମ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଲେ ଯୁପିଟର ର ଛାତ୍ର

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ଼ା (୩୦/୦୮) : ୧୮ ବର୍ଷରୁ କମ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଥିବା କୁମାର ମାନସ ଖରା ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟରେ ଖୁସିର ଲହରୀ ଖେଳାଇ ଦେଇଛନ୍ତି।7c1076f7 846d 4d5d 9a76 41b697ff25f1 ୧୮ ବର୍ଷରୁ କମ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଲେ ଯୁପିଟର ର ଛାତ୍ର

୧୮ ବର୍ଷରୁ କମ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଲେ ଯୁପିଟର ର ଛାତ୍ର । ଯେତେବେଳେ ସମଗ୍ର ରାଜ୍ୟ କରୋନା ମହାମାରୀ ରେ କବଳିତ ଥିଲା ସେହି ସମୟରେ ସେ ନା ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ଛାଡିଥିଲେ ନା କ୍ରିକେଟ କୁ ।କ୍ରିକେଟ ତାଲିମ ନେଉଥିବା ସମୟରେ ଯେଉଁ ସ୍ୱଳ୍ପ ସମୟ ମିଳୁଥିଲା ତାହାର ସଦୁପଯୋଗ କରି କଠୋର ଅଧ୍ୟବ୍ୟସାୟ ଓ ସାଧନା ବଳରେ ସେ ଗତ ସି. ବି. ଏସ, ସି ୧୦ମ ଶ୍ରେଣୀ ପରୀକ୍ଷାରେ ମଧ୍ୟ ୬୦.୧୪ ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀ ରେ କୃତକାର୍ଯ୍ୟ ହୋଇ ବର୍ତ୍ତମାନ ଏହି ବିଦ୍ୟାଳୟ ରେ ୧୧ଶ ଶ୍ରେଣୀ ରେ ଅଧ୍ୟୟନ ରତ । ମାନସ ର ସାଙ୍ଗସାଥି ଆଜି ତା ପାଇଁ ଓ ପଢିଥିବା ବିଦ୍ୟାଳୟ ପାଇଁ ଗର୍ବିତ ।

ମାନସର ଏହି ସଫଳତା ପାଇଁ ବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ରଥ ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles