Related Contents

ହୀରାକୁଦରୁ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ

ରିପୋର୍ଟ: ବ୍ୟୁରୋ ଓଡିଶା ନ୍ୟୁଜ୨୪
ସମ୍ବଲପୁର(୧୫/୦୮/୨୦୧୯): ଆଜି ହୀରାକୁଦ ଡ୍ୟାମରୁ ଅପରାହ୍ନରେ ୧୬ଟି ଗେଟ୍ ଖୋଲାଯାଇଥିବା ବେଳେ ସନ୍ଧ୍ୟାରେ ଆଉ ୪ଟି ଗେଟ୍ ଖୋଲାଯାଇଛି । ଏଣୁ ଏବେ ଡ୍ୟାମରୁ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।

ରିପୋର୍ଟ ଲେଖାଯିବା ବେଳକୁ ଜଳଭଣ୍ଡାରରେ ୬୨୧.୮୫ଫୁଟ ପାଣି ରହିଛି । ସୂଚନା ମୁତବାକ ଆଜି ପୂର୍ବାହ୍ନରେ ଡ୍ୟାମର ୧୬ଟି ଗେଟ୍ ଖୋଲାଯାଇଥିଲା । ଉପରମୁଣ୍ଡରୁ ଜଳଭଣ୍ଡାରକୁ ଅଧିକ ପାଣି ପ୍ରବେଶ କରୁଥିବାରୁ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି । ମୁଣ୍ଡୁଳୀରେ ଏହି ପାଣି ପହଞ୍ଚିବାକୁ ୩୬ଘଣ୍ଟା ସମୟ ଲାଗିବ, ତେଣୁ ବନ୍ୟାର ଆଶଙ୍କା ନାହିଁ ବୋଲି ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି । ଏ ସମ୍ପର୍କରେ ଜଳସମ୍ପଦ ସଚିବ ପ୍ରଦୀପ ଜେନା ଏକ ସାମ୍ବାଦିକରେ ସୂଚନା ଦେଇଛନ୍ତି ଯେ, ମହାନଦୀର ଉପରମୁଣ୍ଡରେ ବର୍ଷା ହେବାର ସମ୍ଭାବନା ରହିଛି, ଏଣୁ ଆବଶ୍ୟକ ପଡିଲେ ଆଗକୁ ହୀରାକୁଦ ଡ୍ୟାମର ଆହୁରି ଗେଟ୍ ଖୋଲାଯିବ ।

Leave a Reply

This site uses Akismet to reduce spam. Learn how your comment data is processed.